ଦେବରିଆ : ବଳଦଗାଡ଼ିରେ ବରଯାତ୍ରୀ, ପାଲିଙ୍କିରେ ବର । ଆଉ ଲୋକନୃତ୍ୟର ତାଳେ ତାଳେ ହେଲା ପ୍ରୋସେସନ୍ । ଆଧୁନିକ ଯୁଗରେ ବିବାହ ଉତ୍ସବରେ ପ୍ରାଚୀନ ପରମ୍ପରାକୁ ପ୍ରାଧାନ୍ୟ । ବର୍ତ୍ତମାନ ବ୍ୟାଣ୍ଡ୍‌,ବାଜା, ବାଣ ରୋଶଣୀରେ ବରଯାତ୍ରୀ ଯାଉଥିବା ବେଳେ ଦେବରିଆରେ ଅନୁଷ୍ଠିତ ହୋଇଥିବା ଏକ ବିବାହ ଉତ୍ସବରେ ବଦଳଗାଡ଼ିରେ ସବାର ହୋଇ ଯାଇଛନ୍ତି ବରଯାତ୍ରୀ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  କଥା ହେଲା କନ୍ୟା ନୁହେଁ ବର ନିଜେ ପାଲିଙ୍କିରେ ବୁହା ହୋଇ ଶ୍ୱଶରୁ ଘରକୁ ବିବାହ କରିବା ପାଇଁ ପହଞ୍ଚିଛନ୍ତି । ଏପରି ନିଆର ବରଯାତ୍ରୀଙ୍କୁ ଦେଖିବା ପାଇଁ ରାସ୍ତା ସାରା ଭିଡ ଜମିଥିଲା ।

ରାମପୁର କାରଖାନା ପୋଲିସ ଷ୍ଟେସନ ଅଞ୍ଚଳରୁ ବରଡିହାଡାଲ ଗ୍ରାମକୁ ଯାଇଥିଲେ ବଳଦରେ ସବାର ବରଯାତ୍ରୀ । ରାସ୍ତାରେ ବିଭିନ୍ନ ସ୍ଥାନରେ ବରଯାତ୍ରୀଙ୍କୁ ଅଟକାଇ ଲୋକମାନେ ବରକୁ ସ୍ୱାଗତ କରିଥିଲେ । ରାମପୁର କାରଖାନା କୁଶାରୀ ଗାଁର ବାସିନ୍ଦା ଜବାହର ଲାଲଙ୍କ ବିବାହ ବରଡିହାଡାଲ ଗାଁର ରାମାନନ୍ଦ ପାଲ ଧଙ୍ଗରଙ୍କ ଝିଅ ସରିତାଙ୍କ ସହ ସ୍ଥିର ହୋଇଥିଲା । ନିଜ ବିବାହକୁ ସ୍ମରଣୀୟ କରିବାକୁ ଚାହୁଁଥିଲେ ଛୋଟେଲାଲ । ଏଥିପାଇଁ ସେ ପୁରାତନ  ଢ଼ଙ୍ଗରେ ବରଯାତ୍ରୀ ନେବାକୁ ମନସ୍ଥ କରିଥିଲେ ।

ପାଲିଙ୍କିରେ ବର

ବିବାହ ଦିନ ହଳଦିଆ ପରଦାରେ ସଜ୍ଜିତ ୧୨ ଟି ବଳଦ ଗାଡ଼ି ଛୋଟେଲାଲଙ୍କ ଘର ସାମ୍ନାରେ ରହିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଛୋଟେଲାଲ ଏହି ବଳଦ ଗାଡ଼ିରେ ବରଯାତ୍ରୀ  ନେଇ ବାହାରିବା ପରେ ସମସ୍ତେ ଅସଲ କଥା ଜାଣିପାରିଥିଲେ । ବଳଦ ଗାଡ଼ିରେ ବନ୍ଧୁ ପରିଜନଙ୍କୁ ଧରି ୩୨ କିମି ଦୂର ଶ୍ୱଶୁର ଘର ନିକଟରେ ପହଞ୍ଚିଥିଲେ ଛୋଟେଲାଲ । ବରଯାତ୍ରୀଙ୍କୁ ଦେଖି କନ୍ୟା ଗାଁରେ ଲୋକ ରୁଣ୍ଡ ହୋଇଯାଇଥିଲେ । ଲୋକାମାନେ ବର ଅପେକ୍ଷା  ବଳଦଗାଡ଼ି,  ଲୋକନୃତ୍ୟ ଫରୱାହି ଅଧିକ ଦେଖୁଥିଲେ । ନୂଆ ପୀଢ଼ିର ପିଲାଙ୍କ ପାଇଁ ଏପରି ବରଯାତ୍ରୀ ସମ୍ପୂର୍ଣ୍ଣ ନୂଆ ଥିଲା । ଆଧୁନିକ ଯୁଗରେ ବଦଳଗାଡ଼ିରେ ବରଯାତ୍ରୀ ଦେଖି  ମୋବାଇଲରେ ବର ଓ ବଳଦଗାଡ଼ିର ସେଲଫି ନେଇଥିଲେ ଲୋକେ ।

ପ୍ରୋସେସନ୍ ସମୟରେ କଳାକାର ମାନେ ଆଗେ ଆଗେ ଫାରୁୱାହି ଲୋକନୃତ୍ୟ କରୁଥିଲେ । ଆଉ ତା’ ପଛେ ପଛେ ବଦଳଗାଡ଼ିରେ ବରଯାତ୍ରୀ ଆଉ ତାପଛକୁ ପାଲିଙ୍କିରେ ବସିଥିଲା ବର । ଛୋଟେଲାଲଙ୍କ ବିବାହ ଲୋକଙ୍କୁ ୮୦ ଦଶକର ବିବାହ କଥା  ମନେ ପକାଇ ଦେଇଥିଲା । ଯେଉଁଠାରେ ବିବାହ ଶୋଭାଯାତ୍ରା ଅଟକୁଥିଲା, ସେହିଠାରେ ଲୋକଙ୍କ ଭିଡ଼ ଜମୁଥିଲା । ତେବେ ଲୋକମାନେ ଛୋଟେଲାଲଙ୍କ ଏପରି ନିଷ୍ପତ୍ତି ପାଇଁ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ।  ଏହି ଅନନ୍ୟ ବରଯାତ୍ରୀ  ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

Other Stories