‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର୍‌ ରିଲିଜ୍

ମୁମ୍ବାଇ: ଗତ କିଛି ଦିନ ଧରି ଚର୍ଚ୍ଚାରେ ଥିବା ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’ର ଅଫିସିଆଲ୍ ଟ୍ରେଲର୍ ରିଲିଜ ହୋଇଛି।

ଟ୍ରେଲରଟି ରିଲିଜ୍ ହେବା ପରେ ୩ଲକ୍ଷରୁ ଅଧିକ ଭିୟୁଜ୍‌ ହୋଇଥିବା ଜଣାପଡ଼ିଛି। ଫିଲ୍ମର କାହାଣୀ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ମିଡିଆ ପରାମର୍ଶଦାତା ସଂଜୟ ବାରୁଙ୍କ ଲିଖିତ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍‌ ମିନିଷ୍ଟର’ ଉପରେ ପର୍ଯ୍ୟବେସିତ।

ଫିଲ୍ମରେ ମୁଖ୍ୟ ଚରିତ୍ର ମନମୋହନ ସିଂହଙ୍କ ଭୂମିକାରେ ନଜର ଆସିଛନ୍ତି ବଲିଉଡ୍‌ର ଭର୍ସାଟାଇଲ୍‌ ଆକ୍ଟର୍ ଅନୁପମ ଖେର। ୨୦୦୪ରୁ ୨୦୧୪ ମଧ୍ୟରେ ଭାରତର ରାଜନୈତିକ ପରିବେଶ ଏବଂ ଏହା ଭିତରେ ଘଟିଥିବା ଘଟଣାକୁ ଏଥିରେ ଦର୍ଶାଯାଇଛି।

ଫିଲ୍ମରେ ସୋନିଆ ଗାନ୍ଧୀଙ୍କ ଭୂମିକାରେ ସୁଜୈନ ବର୍ନଟ, ରାହୁଲ ଗାନ୍ଧୀ ଭୂମିକାରେ ଅର୍ଜୁନ ମାଥୁର, ପ୍ରିୟଙ୍କା ଗାନ୍ଧୀ ଭୂମିକାରେ ଆହନା କୁମରା ଏବଂ ସଂଜୟ ବାରୁଙ୍କ ଭମିକାରେ ଅକ୍ଷୟ ଖାନ୍ନା ନଜର ଆସିବେ। ଜାନୁଆରୀ ୧୧ତାରିଖରେ ଏହି ପିଲ୍ମ ପରଦାକୁ ଆସିବ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମିନିଷ୍ଟର୍‌’।

You might also like