କରୋନା ମୁକାବିଲାରେ WHOର ଭୂମିକା: ଯାଞ୍ଚ ପାଇଁ ଆସିବ ଚିଠା ପ୍ରସ୍ତାବ

ନୂଆଦିଲ୍ଲୀ: କରୋନା ମୁକାବିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଭୂମିିକାକୁ ନେଇ ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ଭାରତ, ଅଷ୍ଟ୍ରେଲିଆ ଓ ୟୁରୋପିଆନ୍ ୟୁନିୟନ୍ ସମେତ ୬୨ ଟି ଦେଶ ସ୍ୱତନ୍ତ୍ର ଯାଞ୍ଚ୍ ପାଇଁ ଆହ୍ୱାନ ଦେଇଛନ୍ତି । ଆଜିଠାରୁ ଜେନେଭାରେ ଆରମ୍ଭ ହେଉଥିବା ୭୩ ତମ ବିଶ୍ୱ ସ୍ୱାସ୍ଥ୍ୟ ସଭା ବୈଠକରେ ଏ ନେଇ ଆସିବ ଚିଠା ପ୍ରସ୍ତାବ।

ଏଥିରେ କରୋନା ସଙ୍କଟର ନିରପେକ୍ଷ, ସ୍ୱତନ୍ତ୍ର ଓ ବ୍ୟାପକ ଯାଞ୍ଚ କରିବା ପାଇଁ ପ୍ରସ୍ତାବ ରହିଛି । ଏହାସହ ସଠିକ୍ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କ’ଣ ପଦକ୍ଷେପ ନେଇଛି ସେନେଇ ମଧ୍ୟ ତଦନ୍ତ ହେବ । ଅଷ୍ଟ୍ରେଲିଆ ପ୍ରଥମ ଦେଶ ଭାବେ କରୋନା ମହାମାରୀରେ WHOର ଭୂମିକା ଉପରେ ସନ୍ଦେହ ପ୍ରକାଶ କରିଥିଲା।

ପରେ WHOର ଭୂମିକାକୁ ନେଇ ତଦନ୍ତ ଦାବି କରିଥିଲା । ଅଷ୍ଟ୍ରେଲିଆ ପରେ  ଜାପାନ୍, ୟୁକେ, ନ୍ୟୁଜିଲାଣ୍ଡ, ଦକ୍ଷିଣ କୋରିଆ, ବ୍ରାଜିଲ୍ ଏବଂ କାନାଡା ସହ ୬୨ଟି ଦେଶ ସ୍ୱତନ୍ତ୍ର ଯାଞ୍ଚ୍ ପାଇଁ ଆହ୍ୱାନ ଦେଇଛନ୍ତି ।

You might also like