ମାଙ୍କଡ଼ ଉପରେ କରୋନା ଭ୍ୟାକ୍ସିନ୍‌ ପରୀକ୍ଷଣ ଆରମ୍ଭ କଲା ଥାଇଲାଣ୍ଡ

ବ୍ୟାଙ୍କକ୍‌: ମୂଷା ପରେ ଏବେ ମାଙ୍କଡ଼ ଉପରେ କରୋନା ଭ୍ୟାକ୍ସିନ୍‌ ଟ୍ରାଏଲ୍ କଲା ଥାଇଲାଣ୍ଡ। ଏ ନେଇ ଥାଇଲାଣ୍ଡ ସରକାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଥାଇଲାଣ୍ଡ ଉଚ୍ଚଶିକ୍ଷା ବିଜ୍ଞାନ ଓ ଗବେଷଣା ମନ୍ତ୍ରୀ ସୁଭିତ ମେସିନ୍‌ସି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗବେଷକମାନେ ଏବେ ମାଙ୍କଡ଼ ଉପରେ କରୋନା ଭୂତାଣୁ ପରୀକ୍ଷଣ କରୁଛନ୍ତି। ସେପ୍ଟେମ୍ବର ମାସ ସୁଦ୍ଧା ଏହା ସଫଳ ହେବ ଓ ସ୍ପଷ୍ଟ ନିଷ୍କର୍ଶ ବାହାରିବ ବୋଲି ଆଶା କରାଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପରୀକ୍ଷଣ ମାନବ ସମାଜ ପାଇଁ ହେଉଛି, କେବଳ ଥାଇଲାଣ୍ଡବାସୀଙ୍କ ପାଇଁ ନୁହେଁ। ବିଶ୍ୱ ସହିତ କାନ୍ଧ ମିଶାଇ କରୋନା ଭ୍ୟାକ୍ସିନ୍‌ ତିଆରି କରିବା ପାଇଁ ଥାଇଲାଣ୍ଡ ମଧ୍ୟ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାନ୍‌-ଓଚା ଏକ ପଲିସି ମଧ୍ୟ ଆଣିଛନ୍ତି ବୋଲି ଶନିବାର ଗଣମାଧ୍ୟମକୁ କହିଛନ୍ତି ସୋଭିତ୍‌।

ବୁଧବାର ଥାଇଲାଣ୍ଡ କରୋନା ଭ୍ୟାକ୍ସିନ୍‌ ପ୍ରସ୍ତୁତି ନେଇ ଘୋଷଣା କରିଥିଲା। ଆସନ୍ତା ବର୍ଷରେ ଏହାର ଉତ୍ପାଦନ ଆରମ୍ଭ ହୋଇଯିବ ବୋଲି ଥାଇଲାଣ୍ଡ ଆଶା ରଖିଛି।

ତେବେ କେବଳ ଥାଇଲାଣ୍ଡ ନୁହେଁ, ଚୀନ, ଇଟାଲୀ ଓ ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ମଧ୍ୟ କରୋନା ଭ୍ୟାକ୍ସିନ୍‌ ପ୍ରସ୍ତୁତ ନେଇ ଦାବି କରିଛନ୍ତି। ଚାଇନା କରୋନା ଭାକ୍ସିନ Ad 5କୁ ୧୦୮ ଜଣ ସ୍ୱଚ୍ଛାସେବୀଙ୍କ ଉପରେ ପରୀକ୍ଷଣ କରିସାରିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଭାକ୍ସିନ ମଣିଷ ଭିତରେ ରୋଗ ପ୍ରତିରୋଧକ ଶକ୍ତିକୁ ସୁରକ୍ଷିତ ପ୍ରକ୍ରିୟାରେ ବୃଦ୍ଧି କରିପାରୁଛି। ତେବେ କରୋନା ଭାଇରସକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିପାରୁନି। ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହେବା ଏକ ଭଲ ସଙ୍କେତ।

ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ମଧ୍ୟ କରୋନା ଭ୍ୟାକ୍ସିନ୍‌ ପ୍ରସ୍ତୁତ remdesivirକୁ ପ୍ରସ୍ତୁତ କରିସାରିଛି। ଏହାର ହ୍ୟୁମାନ ଟ୍ରାଏଲ୍ ହୋଇ ସାରିଛି। ଏହାର ପ୍ରଭାବ ଭଲ ରହିଛି ବୋଲି ଗବେଷକମାନେ କହିଛନ୍ତି।

ଗତ ବର୍ଷ ଶେଷ ବେଳକୁ ଚୀନ୍‌ରେ ଆରମ୍ଭ ହୋଇଥିଲା ମହାମାରୀ କରୋନା ଭାଇରସ। ଏହା ବର୍ତ୍ତମାନ ସାରା ବିଶ୍ୱରେ ବ୍ୟପିଗଲାଣି। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ଗଲାଣି। ଏହି ରୋଗ ପାଇଁ ବେପାର ବାଣିଜ୍ୟ, ଯାତାୟତ ସବୁ ଠପ୍‌ ହୋଇ ପଡ଼ିଛି। ଋଷ, ଆମେରିକା ଓ ବ୍ରିଟେନ୍‌ ଭଳି ବହୁ ବଡ଼ ବଡ଼ ଦେଶ ଏହି ରୋଗ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ବିଶ୍ୱ ସମୁଦାୟ ସହିତ ମିଶି ଭାରତ ମଧ୍ୟ ଏହି ରୋଗ ସହିତ ଫାଇଟ୍ କରୁଛି।

 

You might also like