ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସହଯୋଗ କରିବ କି ଏହି ନାଳ?

ନୂଆଦିଲ୍ଲୀ: ଜଳପଥରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଅଗଷ୍ଟ ୨୭ ତାରିଖରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦେଇଥିଲେ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବନ୍ଦରଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। ବିଶେଷକରି ଗୁଜରାଟରେ ଥିବା ବନ୍ଦର ଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। କାରଣ ଗୁଜରାଟରେ ଥିବା କଚ୍ଛ ଜିଲ୍ଲାର ବନ୍ଦରଗୁଡ଼ିକ ପାକିସ୍ତାନକୁ ସଂଯୋଗ କରୁଛି। ଯାହାକି ପାକିସ୍ତାନରୁ ଅଳ୍ପ ଦୂର।

ଏବେ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଇଛି କଚ୍ଛ ଜିଲ୍ଲାରୁ ପାକିସ୍ତାନକୁ ଜଳପଥରେ ସଂଯୋଗ କରୁଥିବା ‘ହାରାମି ନାଳ’ ଦେଇ ପାକିସ୍ତାନ କମାଣ୍ଡୋ ଏବଂ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏହି ‘ହାରାମି ନାଳ’ ଗୁଜରାଟର କଚ୍ଛରୁ ପାକିସ୍ତାନକୁ ଦୁଇ ଭାଗ କରୁଥିବା ୨୨ କିଲୋମିଟର ଦୂରତା ବିଶିଷ୍ଟ ଏକ ନାଳ। ଏଠାରେ ଜଳ ସ୍ତର ଲଗାତାର ବଦଳିଥାଏ। ତେଣୁ ଏହାକୁ ବହୁତ ବିପଦ ବୋଲି ଗଣନା କରାଯାଏ।

ସୂଚନାଯୋଗ୍ୟ, ୨୦୦୮ରେ ଆତଙ୍କବାଦୀମାନେ ଭାରତର କୁବେର ଡଙ୍ଗା (ମାଛ ଧରିବା ପାଇଁ) ଜବତ କରି ଏହି ‘ହାରାମି ନାଳ’ ଦେଇ ଭାରତରେ ଅନୁପ୍ରବେଶ କରି ମୁମ୍ୱାଇରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ନାଳରେ ମାଛ ଧରିବା ବାରଣ। କିନ୍ତୁ ନାଳ ଭିତରେ ଝିଂଗା ମାଛ ଏବଂ ଲାଲ୍ ସୋମେନ୍ ମାଛ ମିଳୁଥିବାରୁ ଉଭୟ ଭାରତ ଏବଂ ପାକିସ୍ତାନ ମତ୍ସ୍ୟଜୀବୀଙ୍କର ଏହା ପସନ୍ଦଯୋଗ୍ୟ ସ୍ଥାନ ପାଲଟିଥାଏ।

କଚ୍ଛରେ ବଡ଼ ବଡ଼ ବନ୍ଦର ରହିଥିବାରୁ ସରକାରଙ୍କ ପକ୍ଷରୁ ଏବେ ଏହି ବନ୍ଦରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତେଜିଛି। 

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like