ଆତଙ୍କୀଙ୍କ ପାଇଁ ଚିନ୍ତାରେ ଇମ୍ରାନ୍ ଖାନ୍ : ଟିକା ଲୁଟି ନେବା ଭୟରେ ଶୋଇ ପାରୁନାହାନ୍ତି

ଆତଙ୍କୀଙ୍କୁ ପାଳୁଥିଲେ, ଏବେ ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ: କରୋନା ଟିକା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିଦ ହେଉନି। ଦେଶରେ ଟିକାକରଣର ଚାଲିଥିବା ବେଳେ ଶାନ୍ତିରେ ଶୋଇପାରୁ ନାହାନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଆତଙ୍କର ଭୂସ୍ୱର୍ଗ କହୁଥିବା ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଭୟରେ ଜଡ଼ସଡ଼ ହେଉଛନ୍ତି। ଋଣରେ ମୁଣ୍ଡରୁ ତଳିପା ଯାଏ ବୁଡ଼ିଥିବା ପାକିସ୍ତାନ ପାଖରେ କରୋନା ମୁକାବିକଲା ପାଇଁ ଫୁଟି କଉଡ଼ି ଟିଏ ନାହିଁ।

ଏପଟେ ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆତଙ୍କବାଦୀ ମାନେ ବନ୍ଧୁକ ମୁନରେ ଟିକା ଲୁଟି ନେବାର ଅନେକ ଆଶଙ୍କା ରହିଛି। ତେଣୁ ଗୁପ୍ତ ଠିକଣାରେ ସୁରକ୍ଷିତ ସ୍ଥାନରେ ଟିକା ରଖାଯିବାର ବ୍ୟବସ୍ଥା କରାଯାଇଛି। ତଥାପି ଇମ୍ରାନଙ୍କ ମନରୁ ଆତଙ୍କୀଙ୍କ ଭୟ ଯାଉନି। ଟିକା ରଖିଥିବା ସ୍ଥାନରେ ସିସିଟିଭି ସହ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଇଛନ୍ତି।

ପାକିସ୍ତାନର ଜନସଂଖ୍ୟା ୨୨ କୋଟିରୁ ଅଧିକ ହୋଇଥିବା ବେଳେ, ଟିକା କିଣିବା ପାଇଁ କିନ୍ତୁ ଇମ୍ରାନ ସରକାରଙ୍କ ପାଖରେ ଟଙ୍କା ନାହିଁ। କରୋନା ଟିକାର ଗୋଟିଏ ବି ଡୋଜ ଏଯାଏଁ କିଣିପାରି ନାହାନ୍ତି ଇମ୍ରାନ୍ ଖାନ୍। ଚୀନ ସାମ୍ନାରେ ହାତ ପତେଇ ଭିକ ମାଗିଲା ପରେ ପାଖାପାଖି ୫ ଲକ୍ଷ ଟିକା ଦେବା ପାଇଁ ‌ଆଶ୍ୱାସନା ମିଳିଛି। ଆଉ ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ପାକିସ୍ତାନରେ ପହଞ୍ଚିଛି କରୋନା ସଞ୍ଜିବନୀ। 
ଏପଟେ ଟିକା ପହଞ୍ଚିବା ପରେ ପାକିସ୍ତାନର ବିଭିନ୍ନ ସ୍ଥାନରେ  ଆରମ୍ଭ ହୋଇଯାଇଛି ଟିକାକରଣ। ଟିକାକୁ ଅତ୍ୟନ୍ତ ସୁରକ୍ଷିତ ଭାବେ ଗୋପନୀୟ ସ୍ଥାନରେ ରଖିବାକୁ ଇମ୍ରାନ ସରକାର ନିର୍ଦ୍ଦେଶ ଦେଇଛନ୍ତି।ଏଭଳି ପରିସ୍ଥିତିରେ  କରୋନା ଟିକା କେତେବେଳେ ଯେ ଲୁଟ ହୋଇଯିବ କିଛି କହି ହେବନି।   
ଚୋରି, ଜାଲିଆତି ଏବଂ ବେଆଇନ ବିଜ୍ଞାପନ ସମ୍ପର୍କରେ ଇଣ୍ଟରପୋଲ ଏକ ସତର୍କ ସୂଚନା ଜାରି କରିଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଆତଙ୍କବାଦୀ ଆକ୍ରମଣ କରି କରୋନା ଟିକାକୁ ନକଲି ଟିକା ସହିତ ବଦଳାଇବାର ଆଶଙ୍କା ଥିବାରୁ ଟିକା ପରିବହନ, ସଂରକ୍ଷଣ ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି।  କରୋନା ଟିକା ପରିବହନ କରୁଥିବା ଗାଡ଼ି ସହିତ ପୋଲିସ, ସେନାବାହିନୀ ରହିବା ବାଧ୍ୟତାମୂଳକ ବୋଲି ଗାଇଡଲାଇନରେ ଦର୍ଶାଯାଇଛି । କେବଳ ଏତିକି ନୁହେଁ,  କରୋନା ଟିକା ଯାଉଥିବା ଗାଡ଼ି ପାଖାପାଖି ସାଧା ପୋଷାକରେ ସୁରକ୍ଷାକର୍ମମାନେ ମଧ୍ୟ ମୁତୟନ ରହୁଛନ୍ତି।

ପାକିସ୍ତାନର ସ୍ୱାସ୍ଥ୍ୟକର୍ମୀଙ୍କୁ ବର୍ତ୍ତମାନ  ଚୀନରେ ନିର୍ମିତ କରୋନା ଟିକା ସିନୋଫର୍ମ ଦିଆଯାଉଛି । ଫେବୃଆରୀ ୧ରେ ଦେଶର ସମସ୍ତ ପ୍ରାନ୍ତକୁ ପାଖାପାଖି ୭୦,୦୦୦ ଟିକା ପଠାଯାଇଛି। ଆଉ ସେଠାରୁ ସମସ୍ତ ଜିଲ୍ଲା ଏବଂ ସହରର କେନ୍ଦ୍ରକୁ ପଠାଯିବାର ଯୋଜନା ରହିଛି। ଏଣୁ ବ୍ୟାପକ ସତର୍କତା ଅବଲମ୍ବନ ନିମନ୍ତେ ସେନାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଚୋରି ତଥା ଆତଙ୍କବାଦୀ ଆକ୍ରମଣରୁ କରୋନା ଟିକାକୁ ରକ୍ଷା କରିବାକୁ ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ୍ ସେଣ୍ଟର (ଏନଓସିସି) ବୁଧବାର ଏକ ଗାଇଡଲାଇନ ଜାରି କରିଛି।

You might also like