CRPF ଯବାନଙ୍କୁ ଟାର୍ଗେଟ୍‌ କଲେ ଆତଙ୍କବାଦୀ, ଫିଙ୍ଗିଲେ ଗ୍ରେନେଡ୍‌

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ଶ୍ରୀନଗରର ଲାଲ୍‌ ଚୌକ୍‌ରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ CRPF ଯବାନ ଥିବାବେଳେ ୨ ଜଣ ସାଧାରଣ ନାଗରିକ ଅଛନ୍ତି। ଆଜି ଅପରାହ୍ଣରେ ଆତଙ୍କବାଦୀମାନେ ଏହି ଗ୍ରେନେଡ୍‌ ମାଡ଼ କରିଛନ୍ତି।

କିଛି ସିଆର୍‌ପିଏଫ୍‌ ଯବାନଙ୍କୁ ଟାର୍ଗେଟ୍‌ କରି ପ୍ରତାପ ପାର୍କ ନିକଟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗ୍ରେନେଡ୍‌ ଫିଙ୍ଗିଥିଲେ। ଫଳରେ ବିସ୍ଫୋରଣ ଘଟି ୨ ଜଣ CRPF ଯବାନ ଓ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ଆଜିର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ସୂଚନାଥାଉ, ଶୁକ୍ରବାର ଦିନ ଜମ୍ମୁର ନଗରୋଟା ସ୍ଥିତ ଜମ୍ମୁ-ଶ୍ରୀନଗର ନ୍ୟାସ୍‌ନାଲ୍‌ ହାଇୱେରେ ଥିବା ଏକ ଟୋଲ୍‌ ପ୍ଲାଜା ନିକଟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

You might also like