କୁଖ୍ୟାତ ଆତଙ୍କୀ ଡା.ସବିଲ୍‌ର ଟାର୍ଗେଟରେ ଥିଲେ ଗ୍ରାମୀଣ ଯୁବକ, ପ୍ରଲୋଭନ ଦେଖାଇ ପାକିସ୍ତାନରେ ତାଲିମ ଦେଉଥିଲା

ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ଅଲକାଏଦା ଇଣ୍ଡିଆନ ସବ୍‌ କାର୍ଡିନାନ୍ସ (AQIS )ର ଆତଙ୍କୀ ତଥା ଇଂଲଣ୍ଡର ଗ୍ଲାସଗୋ ଏୟାରପୋର୍ଟ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଡା.ସବିଲ ଅହମ୍ମଦଙ୍କୁ ଗିରଫ କରାଯାଇଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସ (NIA) ତାକୁ ଗିରଫ କରିବା ପରେ ପଚରାଉଚରା କରୁଛି। କିଏ ଏହି ଆତଙ୍କୀ ଡା.ସବିଲ ଅହମ୍ମଦ ?

ତଦନ୍ତରୁ ଜଣାଯାଇଛି, ଆତଙ୍କୀ ସବିଲ୍‌ ସମ୍ପର୍କରେ ଆତଙ୍କୀ ଜିଶାନ ଅଲିର ଶାଳକ ଅଟେ। ଜିଶାନ ଅଲି ଝାରଖଣ୍ଡ ମୂଳ ବାସିନ୍ଦା । ୨୦୧୭ରେ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ସେଲ୍‌ (Special cell ) ତାଙ୍କୁ ଗିରଫ  କରିଥିଲା। ଜିଶାନ ଅଲିକୁ ଜେରାବେଳେ ସବିଲ ଅହମ୍ମଦ ଓ ତା’ ସହ ଆତଙ୍କୀ ସଂଗଠନର ଲିଙ୍କ୍‌ ବିଷୟରେ ଜଣାପଡ଼ିଥିଲା। ଏହା ପରେ ସ୍ପେଶାଲ ସେଲ୍‌ର ଟିମ୍‌ ବିଦେଶୀ ସୂତ୍ର ଜରିଆରେ ଏହା ଉପରେ ନଜର ରଖିଥିଲା। ସବିଲ ଅହମ୍ମଦ ବିରୋଧରେ ବି କେନ୍ଦ୍ରୀୟ ଯାଞ୍ଜ ଏଜେନ୍ସି ମାମଲା ରୁଜୁ କରିଥିଲା।  ଭାରତର ସ୍ୱତନ୍ତ୍ର ଗୋଇନ୍ଦା ବିଭାଗର ଅଧିକାରୀ ସବିଲ ଅହମ୍ମଦଙ୍କୁ ସାଉଦି ଆରବରୁ ଗିରଫ କରିବା ପରେ ପ୍ରଥମେ ଏନଆଇଏକୁ ହସ୍ତାନ୍ତର କରିଥିଲେ। ଏନଆଇଏ ଟିମ୍‌ ଏବେ ତାଙ୍କୁ ଲଗାତାର ପଚରାଉଚରା କରୁଛନ୍ତି।

ଜିଶାନ ୨୦୦୩ରେ ଆତଙ୍କୀ ସଂଗଠନ ଅଲକାଏଦା ସହ ସମ୍ପର୍କ ରଖିଥିଲା। ଏହା ପରେ ଅଲକାଏଦା ସବ୍‌ କାଡିନାନ୍ସର ଭାରତ ମୁଖ୍ୟ ଆତଙ୍କୀ ଅବଦୁଲ୍‌ ରେହମାନ ଜୀଶାନର ବିବାହ ଡା.ସବିଲର ଭଉଣୀ ସହ କରାଇଥିଲେ। ଏହିପରି ଦୁଇ ଆତଙ୍କୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ୍‌ ହୋଇଥିଲା।

ସ୍ପେଶାଲ ସେଲ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଦୁଇ ଶଳା-ଭିଣେଇ ମିଶି ଆତଙ୍କୀ କାର୍ଯ୍ୟକଳାପ ବଢାଇ ଚାଲିଲେ। ଏମାନେ ୟୁପି, ବିହାର, ଝାଡ଼ଖଣ୍ଡର ଛୋଟ ଛୋଟ ଗାଁରେ ରହୁଥିବା ଯୁବକଙ୍କ ଉପରେ ନଜର ରଖୁଥିଲେ। ପରେ କୌଶଳକ୍ରମେ ନିଜ ଟିମ୍‌ରେ ସାମିଲ କରାଉଥିଲେ।  ଉଭୟେ ସାଉଦି ଆରବରେ ରହି ଯୁବବର୍ଗଙ୍କୁ ଜେହାଦୀ ଜ୍ଞାନ ବାଣ୍ଟୁଥିଲେ। ଏଥିରେ ଅନେକ ଯୁବକ ପ୍ରଭାବିତ ହୋଇ ଆତଙ୍କୀ ସଂଗଠନରେ ସାମିଲ ହେଉଥିଲେ।

ଡା. ସବିଲ ଏବଂ ଜିଶାନଙ୍କ ସମ୍ପର୍କରେ ଝାଡଖଣ୍ଡ, ବିହାର ଏବଂ ୟୁପିର ଅନେକ ଯୁବକ ସମ୍ପର୍କରେ ଥିଲେ।  ଏହି ଯୁବକମାନଙ୍କୁ ଖୁବ୍‌ ଶୀଘ୍ର ସେମାନେ ନିଜ କବ୍‌ଜାକୁ ନେଇଥାନ୍ତେ। ହେଲ ଠିକ୍‌ ସମୟରେ ସ୍ପେଶାଲ ସେଲ ଏବଂ NIA ଟିମ୍‌ ସେମାନଙ୍କର ସବୁ ପ୍ଲାନକୁ ନଷ୍ଟ କରିଦେଲେ। NIA ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଡା. ସବିଲ ଅନେକ ଯୁବକଙ୍କୁ ଆତଙ୍କୀ ଟ୍ରେନିଂ ନେବାପାଇଁ ପାକିସ୍ତାନ ପଠାଇଛି।

ଏଠି କହିରଖିବୁ, ସବିଲ ୨୦୧୦-୧୧ରେ ବେଙ୍ଗାଲୁରରୁ ସାଉଦି ଆରବ ଚାଲି ଯାଇଥିଲା। ସେଠାରେ ଆତଙ୍କୀ ସଂଗଠନ ଲସ୍କର ଏବଂ ଅଲକାଏଦାର ବଡ ବଡ ନେତୃତ୍ୱ ସଂସ୍ପର୍ଶରେ ଆସିଥିଲା। ସେଠାରେ ରହି ଭାରତ ଭିତରେ ତା’ର ଆତଙ୍କୀ କାର୍ଯ୍ୟକଳାପ ଚଲାଇଥିଲା।

You might also like