ଏନ୍‌କାଉଣ୍ଟରରେ ସାମ୍ବାଦିକ ବୁଖାରୀଙ୍କ ହତ୍ୟାକାରୀ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବୁଡ୍‌ଗାମ୍‌ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗୁଳି ବିନିମୟ ବେଳେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଆତଙ୍କବାଦୀ ସଂଗଠନର ଟପ୍‌ କମାଣ୍ଡର ନଭିଦ୍‌ ଜଟ୍ଟ ରହିଛି। ଶ୍ରୀନଗରରୁ ପ୍ରକାଶିତ ‘ରାଇଜିଂ କାଶ୍ମୀର’ ଦୈନିକ ଖବରକାଗଜର ସମ୍ପାଦକ ସୁଜାତ୍‌ ବୁଖାରୀ ହତ୍ୟା ମାମଲାରେ ନଭିଦ ଜଟ୍ଟ ସାମିଲ ଥିଲା।

ଏହି ହତ୍ୟାକାଣ୍ଡ ପରଠାରୁ ପୁଲିସ୍‌ ନଭୀଦକୁ ଖୋଜୁଥିଲା। ଆତଙ୍କବାଦୀମାନେ ବୁଡ୍‌ଗାମ୍‌ର ଏକ ଅଞ୍ଚଳରେ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା।

You might also like