ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

ଶ୍ରୀଗନର: ଜାମ୍ମୁ-କାଶ୍ମୀର ପୋଲିସକୁ ମିଳିଛି ବଡ଼ ସଫଳତା । ଗତକାଲିଠୁ ଅଓ୍ୱନ୍ତିପୋରାରେ ଜାରି ରହିଥିବା ସୁରକ୍ଷାବଳର ଘାତକ ଅପରେସନରେ ଜଣେ ଆତଙ୍କୀ ନିହତ ହୋଇଛନ୍ତି। ଅନ୍ୟ ଜଣେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛି।

ନିହତ ଆତଙ୍କବାଦୀର ପରିଚୟ ମିଳିନଥିବା ବେଳେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଜଣକ ହିଜବୁଲ ମୁଜାହିଦନ ସଂଗଠନର ଜଣେ ସକ୍ରିୟ ସଦସ୍ୟ ସାକିବ୍ ଅକବର ଓ୍ୱାଜା ବୋଲି ଜଣାପଡ଼ିଛି।   କିଛି ଦିନ ତଳେ ସେ ହିଜବୁଲରେ ସାମିଲ ହୋଇ ଟ୍ରେନିଂ ନେଇଛି ।

ଏନେଇ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଆତ୍ମସମର୍ପଣ ବେଳର ଭିଜୁଆଲ ଜାରି କରାଯାଇଛି । ସଂପୃକ୍ତ ଆତଙ୍କବାଦୀ ନିକଟରୁ ଏକ ଏକେ-୪୭ ରାଇଫଲ ଜବତ କରାଯାଇଛି ।

You might also like