ଆତଙ୍କୀ ଆକ୍ରମଣ; ଯବାନ ସହିଦ୍‌

ଶ୍ରୀନଗର: ଜାମ୍ମୁ କାଶ୍ମୀରର ସୋପୋରରେ CRPF ଟିମ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ବୀରଗତି ପ୍ରାପ୍ତ ହୋଇଛନ୍ତି। ଏହି ଘଟଣାରେ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି।  ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିବାବେଳେ ଜଣେ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ଖବର ଅନୁଯାୟୀ, CRPF 179 ବାଟାଲିୟନକୁ ଆତଙ୍କବାଦୀମାନେ ଟାର୍ଗେଟ କରି ଆକ୍ରମଣ କରିଥିଲେ।

ଖବର ଅନୁଯାୟୀ, ବୁଧବାର ସକାଳେ ଏକ CRPF ଟିମ୍‌ ପାଟ୍ରୋଲିଂ କରିବାକୁ ବାହାରିଥିଲା। ଆତଙ୍କବାଦୀମାନେ ରେବାନ୍ ଅଞ୍ଚଳରେ CRPF ପାର୍ଟି ଉପରେ ଅତର୍କିତ ଗୁଳି ଚଳାଇଥିଲେ। ଏହି ସମୟରେ ତିନିଜଣ ଯବାନ ଓ ଜଣେ ସାଧାରଣ ନାଗରିକଙ୍କ ଦେହରେ ଗୁଳି କରାଯାଇଥିଲା। ଏହି ଅଞ୍ଚଳରେ ସୁରକ୍ଷା ବାହିନୀର ଅତିରିକ୍ତ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ଘେରାଉ କରି ଛାନ୍‌ଭିନ୍‌ କରୁଛନ୍ତି।

ତ୍ରାଲ୍‌ରେ ମଧ୍ୟ ଚାଲିଛି ଗୁଳି ବିନିମୟ
ତ୍ରାଲ୍‌ରେ ମଧ୍ୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଥିବା ଖବର ମିଳିଛି। ପୁଲୱାମାର ତ୍ରାଲରେ  ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାବାହିନୀଙ୍କୁ ସୂଚନା ମିଳିଥିଲା।  ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ।

You might also like