ସୀମାରେ ଆତଙ୍କୀ ଆକ୍ରମଣ; ଜଣେ ଏସ୍‌ପିଓଙ୍କ ସହ ୨ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି।  ବାରାମୁଲାରେ ଯବାନଙ୍କ ନାକା ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଆକ୍ରମଣରେ କାଶ୍ମୀରର ଜଣେ ସ୍ପେଶାଲ୍ ପୋଲିସ୍ ଅଫିସର୍ ଓ ଦୁଇ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଛନ୍ତି।

ବାରାମୁଲାରେ ପୋଲିସ୍ ଓ ସିଆରପିଏଫ୍ ପକ୍ଷରୁ ମିଳିତ ନାକା ପାର୍ଟି ମୁତୟନ ଥିବା ବେଳେ ଆତଙ୍କବାଦୀମାନେ ଆଖି ବୁଜା ଗୁଳି ଚଲାଇଥିଲେ । ଏହାର କଡ଼ା ଜବାବ ଦେଇଥିଲେ ଯବାନ।

ଗୁରୁତର ଆହତ ହୋଇଥିବା ଦୁଇ  ଯବାନଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଘଟଣା ପରେ ପୁରା ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି।

You might also like