ପାକିସ୍ତାନ ବଲୁଚିସ୍ତାନରେ ଦୁଇଟି ଅାତ୍ମଘାତୀ ହମ୍‌ଲା, ୧୩୩ ଜଣଙ୍କ ମୃତ୍ୟୁ

ବଲୁଚିସ୍ତାନ: ପାକିସ୍ତାନ ବଲୁଚିସ୍ତାନରେ ଦୁଇଟି ଅାତ୍ମଘାତୀ ହମ୍‌ଲାରେ ୧୩୩ ଜଣଙ୍କ ମୃତ୍ୟୁ। ଗତକାଲି ବଲୁଚିସ୍ତାନ ସ୍ଥିତ ମାସ୍ତୁଙ୍ଗ ସହରରେ ଏକ ନିର୍ବାଚନ ପ୍ରଚାର ରାଲି ଚାଲିଥିବା ବେଳେ ଅାତ୍ମଘାତୀ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ବଲୁଚିସ୍ତାନର ପ୍ରମୁଖ ରାଜନୈତିକ ଦଳ ବିଏପି ନେତା ସିରାଜ ରାଇସାନି ସମେତ ୮୦ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ପାଖାପାଖି ୨୦୦ରୁ ଅଧିକ ଲୋକ ଅାହତ ହୋଇଥିଲେ। ପରେ ପରେ ମୃତ୍ୟୁ ସଂଖ୍ୟା ବଢ଼ି ୧୨୮ରେ ପହଂଚିଛି। ରାଇସାନିଙ୍କ ପ୍ରଚାର ରାଲିକୁ ଟାର୍ଗେଟ୍ କରି ଏହି ହମ୍‌ଲା କରାଯାଇଥିଲା। ବୋମା ନିଷ୍କ୍ରିୟକାରୀ ଟିମ୍‌ର କହିବା ଅନୁଯାୟୀ ବିସ୍ଫୋରଣରେ ୧୬ରୁ ୨୦ କିଲୋ ଓଜନର ବିସ୍ଫୋରକ ବ୍ୟବହାର କରାଯାଇଥିଲା।

ଏହି ହମ୍‌ଲାର କିଛି ଘଣ୍ଟା ପୂର୍ବରୁ ବଲୁଚିସ୍ତାନ ଖାଇବର ଅଞ୍ଚଳରେ ମଧ୍ୟ ଏକ ରାଲି ଉପରେ ଅାତ୍ମଘାତୀ ଅାକ୍ରମଣ ହୋଇଥିଲା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଅାହତ ହୋଇଥିଲେ। ଏହି ବଡ ଧରଣର ଅାତଙ୍କବାଦୀ ହମ୍‌ଲା ପଛରେ ଅାତଙ୍କୀ ସଂଗଠନ ଅାଇଏସର ହାତ ଥିବା ଅନୁମାନ କରାଯାଉଛି।

You might also like