ଦୀପାବଳିରେ ଆତଙ୍କବାଦୀ ହମଲା ଆଶଙ୍କା, ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦୀପାବଳିରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିପାରନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍‌ଆଇଏ) ଆଜି ଏହି ସୂଚନା ଦେଇଛି।

ଆତଙ୍କବାଦୀମାନେ ନେପାଳ ଏବଂ କାଶ୍ମୀର ଦେଇ ରାଜଧାନୀ ଦିଲ୍ଲୀରେ ଏକାଠି ହୋଇଛନ୍ତି ବୋଲି ଜଣାପଡ଼ିଛି। ଏନେଇ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ହାଇ ଆଲର୍ଟ ଜାରି କରାଯାଇଛି।

ଏନ୍‌ଆଇଏର ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ନେପାଳ ରାସ୍ତା ଦେଇ ଭାରତରେ ପ୍ରବେଶ କରିଛନ୍ତି। ପାଖାପାଖି ୫ ଜଣ ଆତଙ୍କବାଦୀ ଦେଶ ମଧ୍ୟରେ ପ୍ରବେଶ କରିଛନ୍ତି। ଗୋରଖପୁର ଜଙ୍ଗଲ ଏବଂ ରେଲଓ୍ୱେ କ୍ରସିଂ ନିକଟରେ ଏହି ଆତଙ୍କବାଦୀଙ୍କୁ ଦେଖିବାକୁ ମିଳିଛି। ଏହି ସମସ୍ତ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ସହ ଏକ ଧଳା ରଙ୍ଗର କାରରେ ଆସିଛନ୍ତି।

ଏହାସହ ଏନ୍‌ଆଇଏ କିଛି କଲ୍ ମଧ୍ୟ ରେକର୍ଡିଂ କରିଛି। ଯେଉଁଥିରେ ଆତଙ୍କବାଦୀମାନେ ଅକ୍ଚୋବର ୧୭଼ ପୂର୍ବରୁ ଦିଲ୍ଲୀରେ ଏକାଠି ହେବେ ବୋଲି ସୂଚନା ଦେଇଛନ୍ତି।

ଦୀପାବଳି ଅବସରରେ ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ବିସ୍ପୋରଣ କରିବେ ବୋଲି ଆତଙ୍କବାଦୀ କହିଥିବା ଏନ୍‌ଆଇଏ ସୂଚନା ଦେଇଛି।

You might also like