ମିଳିଲା ଆତଙ୍କବାଦୀଙ୍କ ଡଙ୍ଗା! ଆକ୍ରମଣ ନେଇ ଦକ୍ଷିଣ ଭାରତରେ ହାଇଆଲର୍ଟ

ପୁଣେ: ଭାରତର ଦକ୍ଷିଣ ରାଜ୍ୟଗୁଡ଼ିକରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଭୟଙ୍କର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ସେମାନେ ଭାରତ ମଧ୍ୟରେ ପ୍ରବେଶ କରିଥିବା ଆଜି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସନ୍ଦିଗ୍ଧ ଆତଙ୍କୀମାନେ ପାକିସ୍ତାନରୁ ବୋଟ୍ ଯୋଗେ ଭାରତକୁ ଆସିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଜରାଟର ସାର୍ କ୍ରିକରୁ ପରିତ୍ୟକ୍ତ ଡଙ୍ଗା ମିଳିବା ପରେ ଏହି ଆଶଙ୍କା ଦୃଢ଼ିଭୂତ ହୋଇଛି।

ଗୁଇନ୍ଦା ବିଭାଗର ଏଭଳି ସୂଚନା ମିଳିବା ପରେ ସମଗ୍ର ଦକ୍ଷିଣ ଭାରତରେ ହାଇଆଲର୍ଟ ଜାରି କରାଯାଇଛି। ଏଥିସହ ଗୁଜରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ଏଠାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି।

ଜିଓସି ଲେଫ୍ଟନାଣ୍ଟ ଏସକେ ସାଇନି କହିଛନ୍ତି, “ଦକ୍ଷିଣ ଭାରତର ଏକାଧିକ ରାଜ୍ୟରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଆମେ ଖବର ପାଇଛୁ। ଖାଲି ଏତିକି ନୁହେଁ ଗୁଜରାଟର ସାର କ୍ରିକ୍ ଠାରୁ ଏକ ପରିତ୍ୟକ୍ତ ଡଙ୍ଗା ମଧ୍ୟ ଠାବ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ଦକ୍ଷିଣ ଭାରତରେ ହାଇଆଲର୍ଟ ଜାରି କରାଯାଇଛି।

ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଜଳପଥରେ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି। ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦର ୫୦ରୁ ଅଧିକ ସଦସ୍ୟ ଜଳପଥରେ ଆକ୍ରମଣ ପାଇଁ ସ୍ୱତନ୍ତ୍ର ତାଲିମ ପାଇଛନ୍ତି। ସେମାନେ ଏବେ ଭାରତରେ ଅନୁପ୍ରବେଶ କରିବାକୁ ଫୁଲଦମରେ ଚେଷ୍ଟା କରୁଛନ୍ତି। ତେବେ ଏହାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ପାକିସ୍ତାନରେ ତାଲିମ ପ୍ରାପ୍ତ କମାଣ୍ଡୋମାନେ ଛୋଟଛୋଟ ଡଙ୍ଗା ଜରିଆରେ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି।”

ସେନା ପକ୍ଷରୁ ଏଭଳି ସୂଚନା ମିଳିବା ପରେ କେରଳ ପୁଲିସ୍ ପ୍ରଶାସନ ଅଧିକ ସଜାଗ ହୋଇଛି। ପୁଲିସ୍ ପ୍ରଶାସନ ପକ୍ଷରୁ କେରଳର ଥିବା ସମସ୍ତ ଜିଲ୍ଲାର ଅଧିକାରୀଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ ମଧ୍ୟ ପାକିସ୍ତାନର କମାଣ୍ଡୋମାନେ ଜଳପଥ ଯୋଗେ କଚ୍ଛ ଦେଇ ଭାରତରେ ପ୍ରବେଶ କରିବାକୁ ଯୋଜନା କରିଥିବା ମଧ୍ୟ କହିଛି। ସାମ୍ଭାବ୍ୟ ଆତଙ୍କୀ ହମଲାକୁ ଦୃଷ୍ଟିରେ ରଖି ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ହାଲଆଲର୍ଟ ଜାରି କରାଯାଇଛି।
ଏହାପୂର୍ବରୁ ଭାରତରେ ସାଂପ୍ରଦାୟିକ ଦଙ୍ଗା ଓ ଆତଙ୍କୀ ହମ୍‌ଲା କରିବାକୁ ଏବେ ପାକିସ୍ତାନ ଜଳପଥ ଦେଇ କମାଣ୍ଡୋ ଏବଂ ଆତଙ୍କବାଦୀଙ୍କୁ ଏଠାକୁ ପଠାଇବାକୁ ଉଦ୍ୟମ କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହି ସୂଚନା ମିଳିବା ପରେ ଗୁଜରାଟର ସମସ୍ତ ବନ୍ଦରରେ ହାଇଆଲର୍ଟ ଜାରି କରାଯାଥିଲା। ଏଥିସହ କଣ୍ଡଲା ଓ ମୁଣ୍ଡ୍ରା ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ଭାରତରେ ହିଂସା ସୃଷ୍ଟି କରିବା ପାଇଁ ପାକିସ୍ତାନର ୱାଜିର-ଏ-ଆଜମ ଇମ୍ରାନ୍‌ ଖାନ୍‌ ବାରମ୍ବାର ଧମକ ଦେଉଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରେସିଡେନ୍‌ସିଆଲ ଡିବେଟରେ ମୁହାଁମୁହିଁ ହେଲେ ଟ୍ରମ୍ପ-ବିଡେନ

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

You might also like