ଗଲଓ୍ୱନକୁ ନିଜର ବୋଲି ଦାବି କଲା ଚୀନ

ନୂଆଦିଲ୍ଲୀ: ଗଲଓ୍ୱନ ଉପତ୍ୟକାରେ ଭାରତ ଚୀନ ସେନାର ସଂଘର୍ଷ ପରେ ଏହି ଅଂଚଳରେ ପ୍ରଥମଥର ଲାଗି ସାର୍ବଭୌମତ୍ୱ ଜାହିର କରିଛି ଚୀନ। ପୂର୍ବରୁ ଏହି ଅଞ୍ଚଳକୁ ନିଜର ବୋଲି କେବେ ବି କହିନଥିଲା ଚୀନ।

ସେପଟେ ଲଦାଖ ଗାଲଓ୍ୱାନ ଭ୍ୟାଲିରେ ଭାରତ-ଚୀନ ସେନା ରକ୍ତାକ୍ତ ସଂଘର୍ଷ ପରେ ପରିସ୍ଥିତି ସେଠାରେ ଉତ୍ତେଜନାପୂର୍ଣ୍ଣ ରହିଛି। ସେଠାକାର ସ୍ଥିତିରେ ଏଯାଏ କିଛି ପରିବର୍ତ୍ତନ ହୋଇନାହିଁ। ଉଭୟ ପକ୍ଷ ମଧ୍ୟରେ ଶାନ୍ତିର କୌଣସି ବୁଝାମଣା ହୋଇନଥିବା ଜଣାପଡ଼ିଛି ।

ସୋମବାର ରାତିର ସଂଘର୍ଷ ପରେ LACର ବିଭିନ୍ନ ସ୍ଥାନରେ ପୁରା ସତର୍କ ହୋଇ ରହିଛି ଭାରତ । ଯେକୌଣସି ପ୍ରକାର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି। ଦେଶର ସାର୍ବଭୌମତ୍ୱ ଅକ୍ଷୂର୍ଣ୍ଣ ରଖିବାକୁ ପ୍ରସ୍ତୁତ ଥିବା କହିଛି ସେନା।

ଗାଲଓ୍ୱାନ ଭ୍ୟାଲିରେ ହାତାହାତି ହୋଇଥିଲେ ଭାରତୀୟ ଓ ଚୀନ ସେନା । ଗୁଳି ଫୁଟିନଥିଲେ ମଧ୍ୟ ଉଭୟ ପକ୍ଷରୁ ବହୁ ମୃତାହତ ହୋଇଛନ୍ତି । ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୫ରୁ ଅଧିକ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ଭାରତର ୪ ଜବାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।  ସୀମାରେ ବହୁ ସମୟ ଧରି ଚୀନ୍ ହେଲିକପ୍ଟର ଚକ୍କର କାଟୁଥିଲା। ଗତକାଲି ତାଙ୍କର ମୃତାହତ ସୈନ୍ୟଙ୍କୁ ଏୟାରଲିପ୍ଟ କରାଯାଉଥିଲା ।

You might also like