ତେଜସ୍ୱୀ ହେବେ ମୁଖ୍ୟମନ୍ତ୍ରୀ?? ନୀତିଶ ହେବେ ପ୍ରଧାନମନ୍ତ୍ରୀ?

ଥମିବାରେ ନା ନେଉ ନାହିଁ ବିହାର ରାଜନିତୀରେ ଚର୍ଚ୍ଚା

ପାଟଣା: ଥମିବାରେ ନା ନେଉ ନାହିଁ ବିହାର ରାଜନିତୀରେ ଚର୍ଚ୍ଚା। ମେଣ୍ଟ ସରକାର ଗଠନ ହେବାର ମାତ୍ର ୨ ମାସରେ ବଡ ଫାଟ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଅରୁଣାଚଳ ପ୍ରଦେଶର ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହୋଇଯିବା ପରେ ଏହାକୁ ବିହାର ଜେଡିୟୁ ନେତାମାନେ ତୀବ୍ର ବିରୋଧ କରିଛନ୍ତି। କେବଳ ବିରୋଧ କରିଛନ୍ତି ତାହା ନୁହେଁ ବରଂ ସିଧାସଳଖ ଭାବରେ ବିଜେପିକୁ ହିଁ ଦାୟୀ କରିଛନ୍ତି। ତେବେ ଏହାରି ମଧ୍ୟରେ ଚୁପ୍ ନରହି ନୂଆ ରାଜନୈତିକ ଗୋଟି ଚଳାଇଛି ଆରଜେଡି।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆରଜେଡି କହିଛି ଯେ, ନୀତିଶ କୁମାର ଯଦି ଏନଡିଏରୁ ଅଲଗା ହୁଅନ୍ତି ତେବେ ୨୦୨୪ ଲୋକସଭା ନିର୍ବାଚନରେ ନୀତିଶଙ୍କୁ ଆରଜେଡି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସମର୍ଥନ କରିବ ଏହାସହ ନୀତିଶ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିବା ଦରକାର ବୋଲି ଆରଜେଡି କହିଛି। ତେବେ ଆର୍‌ଜେଡିର ଏହି ନୂଆ ପ୍ରସ୍ତାବ ବିହାର ରାଜନୀତିକୁ ସରଗରମ କରିଦେଇଛି। ଆର୍‌ଜେଡିର ବରି‌ଷ୍ଠ ନେତା ଉଦୟ ନାରାୟଣ ଚୌଧୁରୀ କହିଛନ୍ତି ଯେ, ନୀତୀଶ ଆର୍‌ଜେଡିର ଏହି ପ୍ରସ୍ତାବ ଗ୍ରହଣ କରିବା ହିଁ ଉଚିତ ହେବ, କାରଣ ତାଙ୍କ ପାଇଁ ଏବେ ଦିଲ୍ଲୀ ଦଖଲ କରିବା ସମୟ ଆସିଯାଇଛି।

ସେପଟେ ମୋର ମୁଖ୍ୟମନ୍ତ୍ରୀ ହେବା ଲାଗି ଇଚ୍ଛା ନଥିଲା, କିନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ହେଲି। ଯେହେତୁ ବିହାରରେ ନିର୍ବାଚନରେ ଆମେ ଏକତ୍ରୀତ ଲଢୁଥିଲୁ ତେଣୁ ବିଜେପି ନିଜ ନେତାକୁ ବାଛିପାରିବେ ବୋଲି ମୁଁ କହିଥିଲି ବୋଲି ନୀତିଶ କହିଛନ୍ତି।  ତେବେ ନୀତିଶ କାହିଁକି ଏପରି ମନ୍ତବ୍ୟ ଦେଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନୀତିଶ କୁମାର କହିଛନ୍ତି ଯେ, ନିର୍ବାଚନରେ ଲୋକମାନେ ନିଜନିଜ ମନ ପସନ୍ଦର ନେତା ବାଛିଛନ୍ତି।

ତେଣୁ ମୁଖ୍ୟମନ୍ତ୍ରୀ କେହି ବି ହୋଇପାରିବେ। କେବଳ ଏତିକି ନୁହେଁ ବରଂ ବିଜେପି ନିଜର ନେତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କରିପାରିବେ। ଏହାସହ ନୀତିଶ କହିଛନ୍ତି ଯେ, ଏ ସମ୍ପର୍କରେ ମେଣ୍ଟକୁ ମୁଁ ଜଣାଇ ଦେଇଥିଲି। କିନ୍ତୁ ପରିବର୍ତ୍ତୀ ସମୟରେ ମୋ ଉପରେ ଏମିତି ଚାପ ପଡିଥିଲା ଯେ, ଇଚ୍ଛା ନଥାଇ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି।

ତାଙ୍କର ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏବଂ ବିଜେପି ନେତା ସୁଶୀଲ କୁମାର ମୋଦୀ ଆଜି କହିଛନ୍ତି ଯେ, ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲେ। ବିଜେପି ଏବଂ ଜେଡି (ୟୁ) ନେତାମାନେ ତାଙ୍କୁ କହିଥିଲେ ଯେ, ଆମେ ତୁମ ନାମ, ତୁମ ଦୃଷ୍ଟିକୋଣକୁ ନେଇ ନିର୍ବାଚନ ଲଢ଼ିଥିଲୁ ଏବଂ ଲୋକମାନେ ତୁମକୁ ଭୋଟ୍ ଦେଇଛନ୍ତି।

ତେଣୁ ବିନା କୌଣସି କଥା ଚିନ୍ତା କରି ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଆମେମାନେ ରାଜି କରାଇଥିଲୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ,ନୀତିଶ ମୁଖ୍ୟମନ୍ତ୍ରୀ ହେବା ପରେ ଏପରି କାହିଁକି ମନ୍ତବ୍ୟ ଦେଲେ ? ଏହା ପଛରେ କି ରହସ୍ୟ ରହିଛି ତାହାକୁ ନେଇ ଜୋରସୋରରେ ଚର୍ଚ୍ଚା ରହିଛି।

ଏହାରି ମଧ୍ୟରେ ନୀତିଶ ମୁଖ୍ୟମନ୍ତ୍ରୀ ହେବାର ଅନେକଦିନ ହେଲାଣି କିନ୍ତୁ ମୁଖ୍ୟମନ୍ତ୍ରୀ ପରେ ବି ନୀତିଶ କାହିଁକି ଏପରି ମନ୍ତବ୍ୟ ଦେଲେ ତାହାକୁ ନେଇ ଜୋରସୋରରେ ଚର୍ଚ୍ଚା ରହିଛି। ଯଦି ଆମେ ଦେଖିବା ତେବେ ବିହାର ମଖ୍ୟମନ୍ତ୍ରୀ ଭାବେ ୭ମ ଥର ପାଇଁ ଶପଥ ନେଇଛନ୍ତି ନୀତିଶ କୁମାର। ରାଜ୍ୟପାଳ ଫାଗୁ ଚୌହାନ୍‌ ନୀତିଶ କୁମାରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ NDA ୧୨୫ ସିଟ୍‌ ହାସଲ କରିବା ପରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ  ହୋଇଛନ୍ତି।

ଏହି ଅବସରରେ ପାଟନା ରାଜଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥର ନୀତୀଶଙ୍କ ଟିମରେ ଦେଖିବାକୁ ମିଳିଛି ବିଜେପିର ୨ ଜଣ ଉପମୁଖ୍ୟମନ୍ତ୍ରୀ। ତେବେ କହିବାକୁ ଗଲେ ବିହାର ରାଜନୀତି ଏବେ ସରଗରମ ହୋଇଛି।

You might also like