କ୍ରେନ୍‌ ତଳେ ଚାପି ହୋଇ ଚାଲିଗଲା ୧୦ ଜୀବନ

ବିଶାଖାପଟନମ: ବିଶାଖାପଟନମ୍‌ ସ୍ଥିତ ହିନ୍ଦୁସ୍ତାନ ଶିପ୍‌ୟାଡରେ ଏକ ବିରାଟ କ୍ରେନ ଖସି ପଡ଼ି ୧୦ ଜଣଙ୍କର ମୃତ୍ୟୁ ଘଟିଛି। କ୍ରେନ ତଳେ ଆହୁରି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି।

ଆନ୍ଧ୍ରପ୍ରଦେଶର ବିଶାଖପଟନମ୍‌ ଠାରେ ଥିବା ହିନ୍ଦୁସ୍ତାନ ଶିପ୍‌ୟାଡରେ ଆଜି ଲୋଡ୍‌ ଟେଷ୍ଟିଂ କାମ ଚାଲିଥିଲା ହଠାତ୍‌ କ୍ରେନଟି ଖସି ପଡ଼ିଲା। କ୍ରେନ୍‌ ତଳେ ଅନେକ ଶ୍ରମିକ ଚାପି ହୋଇ ଯାଇଥିଲେ।  ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇୱ ଚେଷ୍ଟା କରିଥିଲେ। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଥାଉ କି, ଏହି କ୍ରେନ୍‌ର ନାମ ଅନୁପମ୍‌ ଏବଂ ଓଜନ ୭୦ ଟନ୍‌। ଶିପୟାର୍ଡରେ କେତେଜଣ ଶ୍ରମିକ କାମ କରୁଥିଲେ ତାହା ଜଣାପଡ଼ି ନାହିଁ। ତଥାପି ଆହୁରି ଅଧିକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ଖବର ପ୍ରଚାର ହେବା ପରେ ଶ୍ରମିକଙ୍କ ପରିବାର ଲୋକ ଏଠାରେ ଠୁଳ ହୋଇଛନ୍ତି। ଘଟଣସ୍ଥଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ

କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ୨ ମାସ ତଳେ ହୋଇଥିଲା ଲଭ୍‌ ମ୍ୟାରେଜ୍

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ବଢ଼ିଲା

ନିକିତା ତୋମାର ମର୍ଡର କେଶ୍‌କୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ

ଭୁଲ୍‌ ପାଇଁ ଟ୍ୱିଟରକୁ ଲିଖିତ ଉତ୍ତର ମାଗିଲା ସଂଯୁକ୍ତ ସଂସଦୀୟ କମିଟି

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

ନଭେମ୍ବର ୫ରେ ବାୟୁସେନାରେ ସାମିଲ ହେବ ଆଉ ୩ ରାଫେଲ

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ବିବାହ ପାଇଁ ଯାଉଥିଲେ ଦୁଲ୍‌ହା-ଦୁଲ୍‌ହନ, ବାଟରେ ପଡ଼ିଲା ନଦୀ, ତା’ପରେ…

You might also like