୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ହାଇଦ୍ରାବାଦ: ଦୀର୍ଘ ୫ମାସ ତଳେ ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ୯ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ତେଲେଙ୍ଗାନା କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଚଳିତ ବର୍ଷ ମେ’ ମାସରେ ୨୪ ବର୍ଷୀୟ ଅଭିଯୁକ୍ତ ସଞ୍ଜୟ କୁମାର ଯାଦବ ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ଏହି ହତ୍ୟାକାଣ୍ଡ ସବୁ ଘଟାଇଥିଲା।

ଘଟଣା ଅନୁସାରେ, ସଞ୍ଜୟ ତେଲେଙ୍ଗାନାରେ ରହି ଏକ ବ୍ୟାଗ୍‌ ପ୍ରସ୍ତୁତକାରୀ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ସେ ମକସୁଦ୍‌ ନାମକ ଜଣେ ବ୍ୟକ୍ତିଙ୍କ ଭଉଣୀ ରଫିକାଙ୍କ ସହ ଅବୌଧ ସମ୍ପର୍କ ରଖିଥିଲେ। ରଫିକା ପୂର୍ବରୁ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏବଂ ସେଠି ରହି ପରିବାର ସହ ସେହି କମ୍ପାନୀରେ କାମ କରୁଥିଲେ।

କିନ୍ତୁ ହତ୍ୟାର କିଛିଦିନ ପୂର୍ବରୁ ସେ ରଫିକାଙ୍କୁ ତାଙ୍କ ସହ ପଶ୍ଚିମବଙ୍ଗ ନେବା ପାଇଁ ବାହାରିଥିଲେ ଏବଂ ଅଧାବାଟରେ ରଫିକାକୁ ହତ୍ୟା କରିଥିଲେ। ସେ ଏକା ଫେରିବା ଦେଖି ମକସୁଦଙ୍କ ପରିବାର ସନ୍ଦେହ କରିଥିଲେ। ଏହାପରେ ମକ୍‌ସୁଦ୍‌ଙ୍କ‌ ପତ୍ନୀ ସଞ୍ଜୟଙ୍କୁ ବାରମ୍ବାର ପୁଲିସ୍‌ର ଧମକ୍ ଦେଖାଉଥିଲେ। ଏଥିରେ ଖୁବ୍ କ୍ରୋଧାନ୍ୱିତ ହୋଇଥିଲା ସଞ୍ଜୟ। ଶେଷରେ ମଉକା ଦେଖି ସେ ମକ୍‌ସୁଦଙ୍କ ପରିବାର ଲୋକଙ୍କୁ ଖାଇବାରେ ନିଦ ବଟିକା ମିଶାଇ ଦେଇଥିଲା। ତା ପରେ ଜଣ ଜଣକରି ସମସ୍ତଙ୍କୁ କୂଅ ଭିତରକୁ ଫିଙ୍ଗି ଦେଇଥିଲା ସଞ୍ଜୟ।

ଶେଷରେ ୩ ଦିନ ପରେ ଅଭିଯୁକ୍ତ ନରପିଶାଚକୁ ଗିରଫ କରିଥିଲା ପୋଲିସ। ଆଉ ଏହି ଅଭିଯୁକ୍ତ ଜଣକ ପୋଲିସକୁ ଆଗରେ ହତ୍ୟା ବିଭୀଷିକାର ଯେଉଁ କାହାଣୀ କହିଥିଲା ସେଥିରେ ଯିଏ ନାହିଁ ସିଏ ଆଶ୍ଚର୍ଯ୍ୟ ହେବ। ସେ ପ୍ରଥମ ହତ୍ୟାକୁ ଲୁଚାଇବାକୁ ଯାଇ ଅନ୍ୟ ୯ ଜଣଙ୍କ ଜୀବନ ନେଇଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା। ସବୁଠାରୁ ଦୁଃଖର କଥା ହେଲା, ୯ଜଣଙ୍କ ମଧ୍ୟରୁ ୬ଜଣ ମୃତ ମହିଳାଙ୍କ ପରିବାରର ହୋଇଥିବାବେଳେ ଅନ୍ୟ ୩ଜଣ ବାହାର ଲୋକ ଥିଲେ।

ମକ୍‌ସୁଦ ରହୁଥିବା ସ୍ଥାନର ପାଖାପାଖି ଲାଗିଥିବା ଏକ ସିସିଟିଭିରୁ ସଞ୍ଜୟ ତାଙ୍କ ଘରକୁ ଯିବା ଆସିବାର ପ୍ରମାଣ ପାଇଥିଲା ପୋଲିସ୍‌। ତେବେ ସଞ୍ଜୟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ଏହାର ବିଚାରକରି ୬୯ ସାକ୍ଷୀ ଏବଂ ୯୮ ଲୋକଙ୍କୁ ଜେରା କରିବା ପରେ ସଞ୍ଜୟକୁ ଦେଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

You might also like