ସ୍ୱାଧୀନତା ଦିବସରେ ‘ଶ୍ରେଷ୍ଠ କନଷ୍ଟେବଲ’ ପୁରସ୍କାର ପାଇଥିଲେ ; ୨୪ ଘଣ୍ଟା ପରେ ଲାଞ୍ଚ ନେଇ ଧରାପଡ଼ିଲେ

ହାଇଦ୍ରାବାଦ: ସ୍ୱାଧୀନତା ଦିବସ ଅବସରରେ ‘ଶ୍ରେଷ୍ଠ କନଷ୍ଟେବଲ’ ପୁରସ୍କାର ପାଇଥିବା ଜଣେ ପୁଲିସ୍‌ କର୍ମଚାରୀ ଏହାର ୨୪ ଘଣ୍ଟା ପରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ମେହବୁବ୍‌ନଗରରେ କନ୍‌ଷ୍ଟେବଲ ଭାବେ ନିଯୁକ୍ତ ପାଲ୍ଲେ ତିରୁପତି ରେଡ୍ଡୀଙ୍କୁ ଗତ ଅଗଷ୍ଟ ୧୫ରେ ତେଲେଙ୍ଗାନା ଅବକାରୀ ମନ୍ତ୍ରୀ ଭି ଶ୍ରୀନିବାସ ଗୌଡ଼ ସମ୍ମାନିତ କରିଥିଲେ। ଏହି ଅବସରରେ ଜିଲ୍ଲା ଏସ୍‌ପି ରେମା ରାଜେଶ୍ୱରୀ ମଧ୍ୟ ଉପସ୍ଥିତ ଥିଲେ।

କିନ୍ତୁ ପୁରସ୍କୃତ ହେବାର ଗୋଟିଏ ଦିନ ପରେ ଏବେ ପୁଣି ଥରେ ଖବର ପାଲଟିଯାଇଛନ୍ତି କନଷ୍ଟେବଲ ପାଲ୍ଲେ। ଜଣେ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ନ କରିବା ପାଇଁ ସେ ୧୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଦୁର୍ନୀତି ନିରୋଧୀ ବ୍ୟୁରୋ ହାତରେ ଧରାପଡ଼ିଛନ୍ତି।

ଅଭିଯୋଗକାରୀ ରମେଶଙ୍କ କହିବା ଅନୁଯାୟୀ, ତାଙ୍କ ନିକଟରେ ବାଲି ପରିବହନ ପାଇଁ ଅନୁମତି ଥିଲେ ମଧ୍ୟ ପୁଲିସ୍‌ ତାଙ୍କ ଠାରୁ ଲାଞ୍ଚ ମାଗୁଥିଲା। ଶେଷ ଖବର ସୁଦ୍ଧା ଗିରଫ ହୋଇଥିବା ପୁଲିସ୍‌ କର୍ମଚାରୀ ପାଲ୍ଲେଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ

ନୂଆ ଟ୍ରାଫିକ୍‌ ନିୟମ ଓ ଜୋରିମାନାକୁ କେରଳର ନା

ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗ୍ ଭିତରୁ ମିଳିଲା ୫ ମାସର ଶିଶୁ !

ସେଲିବ୍ରିଟିଙ୍କ ଷ୍ଟାଇଲ୍‌; ପାଖରେ ସବୁବେଳେ ରଖିଥାନ୍ତି ଟୁଥ୍‌ବ୍ରଶ୍‌

ନକଲି ପୁଲିସ ପରିଚୟରେ ୭ ମହିଳାଙ୍କୁ ବିବାହ ଓ ୬ ଜଣଙ୍କ ସହ ଯୌନସମ୍ପର୍କ

ଧର୍ମରୁ ଊର୍ଦ୍ଧ୍ୱରେ ଏଠି ସମ୍ପର୍କ; ବ୍ରାହ୍ମଣ ଦାଦାଙ୍କ ଶେଷକୃତ୍ୟ ସଂପନ୍ନ କଲେ ତିନି ମୁସଲିମ୍ ଭାଇ

ଭାରତ ସୀମାରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ

ବାକିରେ କାର୍‌ କିଣିଲେ, ହେଲେ ଋଣ ସୁଝି ପାରିଲେନି ପାକ୍ ମନ୍ତ୍ରୀ

ବୀମା ନ ଥିଲା ବୋଲି ବଳଦ ଗାଡ଼ି ନାଁରେ ଫାଇନ୍‌ କାଟିଲା ପୁଲିସ୍‌

ଫାରୁକ୍ ଅବଦୁଲ୍ଲାଙ୍କ ଅଟକ ନେଇ ଜବାବ ରଖିଲା କେନ୍ଦ୍ର

କର୍ଣ୍ଣାଟକ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପରଲୋକରେ ସଞ୍ଜୀବ ଦତ୍ତା

You might also like