ଏୟାର୍-ଟୁ-ଏୟାର୍ ମିଜାଇଲ୍ ପାଇଥନ୍-୫ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଏୟାର୍-ଟୁ-ଏୟାର୍ ମିଜାଇଲ୍ ପାଇଥନ୍-୫ର ସଫଳ ପରୀକ୍ଷଣ। ପ୍ରଥମ ଥର ପାଇଁ ଏହି ପଞ୍ଚମ ପିଢ଼ି କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ଡିଆରଡିଓ। ଭାରତର ସ୍ୱଦେଶୀ ହାଲୁକା ଲଢ଼ୁଆ ବିମାନ ତେଜସରେ ଏହାର ପରୀକ୍ଷଣ କରାଯାଇଛି। ମଙ୍ଗଳବାର ଗୋଆରେ ପାଇଥନ୍ ଫାଇଭ୍ ସହିତ ଡର୍ବି ମିଜାଇଲ୍ ଆଦିର ମଧ୍ୟ ପରୀକ୍ଷଣ ସଫଳ ହୋଇଛି।

ପାଇଥନ୍ ମିଜାଇଲ୍ ଯୋଜନା ମୁତାବକ ଟାର୍ଗେଟକୁ ହିଟ୍ କରିବାରେ ଶତ ପ୍ରତିଶତ ସଫଳ ହୋଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାପରେ ପରୀକ୍ଷଣରେ ସାମିଲ ହୋଇଥିବା ଡିଆରଡିଓ, ଏଡିଏ, ବାୟୁସେନା ଏବଂ ହାଲକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

You might also like