ପତ୍ନୀଙ୍କୁ ଚ୍ୟାଲେଞ୍ଜ କରି ନିର୍ବାଚନ ଜିତିଲେ ତେଜ୍‌ ପ୍ରତାପ

ପଟନା: ହସନପୁର ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜୟ ହେଲେ ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ। ଜେଡିୟୁ ପ୍ରାର୍ଥୀ ରାଜ କୁମାର ରାୟଙ୍କୁ ୨୧,୧୩୯ ଭୋଟ୍‌ରେ ପରାସ୍ତ କରିଛନ୍ତି ତେଜ୍‌ ପ୍ରତାପ। ଇଲେକ୍‌ସନ କମିଶନଙ୍କ ୱେବ୍‌ସାଇଟ୍‌ରୁ ଏହି ସୂଚନା ମିଳିଛି।

ତେଜ୍‌ ପ୍ରତାପ ପ୍ରଥମେ ମହୁଆ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରେ ଛାଡ଼ପତ୍ର ପାଇଥିବା ପତ୍ନୀ ଐଶ୍ୱର୍ଯ୍ୟା ରାୟ ତାଙ୍କୁ ଚ୍ୟାଲେଞ୍ଜ କରିବାରୁ ସେ ନିଷ୍ପତ୍ତି ବଦଳାଇ ହସନ ପୁରରୁ ନିର୍ବାଚନ ଲଢ଼ିଥିଲେ। ଐଶ୍ୱର୍ଯ୍ୟା କିନ୍ତୁ ନିର୍ବାଚନ ଲଢ଼ିଲେ ନାହିଁ।

ସୂଚନା ଥାଉକି ୨୦୧୫ ନିର୍ବାଚନରେ ଆର୍‌ଜେଡି ଓ ଜେଡିୟୁ ମେଣ୍ଟ ସରକାରରେ ସେ ନୀତୀଶଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପରେ ତାଙ୍କୁ ପରିବେଶ ବିଭାଗ ବି ମିଳିଥିଲା। କିନ୍ତୁ ୨୦୧୭ରେ କ୍ଷମତା ଲୋଭରେ ନୀତୀଶ ଆର୍‌ଜେଡି ସହିତ ସମ୍ପର୍କ ଛିନ୍ନ କରି ବିଜେପି ସହିତ ମିଶିଯିବାରୁ ତେଜସ୍ୱୀଙ୍କ ମନ୍ତ୍ରୀପଦ ଯାଇଥିଲା।

 

You might also like