ତିରଥ ସିଂ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତ୍ରିବେନ୍ଦ୍ର ସିଂ ରାୱତ  ଇସ୍ତଫା ଦେବାର ଗୋଟିଏ ଦିନ ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି।  ବରିଷ୍ଠ ବିଜେପି ନେତା ତିରଥ ସିଂ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଆଜି ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳ ବୈଠକ ପରେ ଏ ନେଇ ଘୋଷଣା କରାଯାଇଛି ।

ଆଜି ଅପରାହ୍ନ ୪ଟାରେ ଶପଥ ନେବେ ୫୬ବର୍ଷ ବୟସ୍କ ତିରଥ ସିଂ। ଅନେକ ପୁରୁଖା ନେତାଙ୍କୁ ପଛରେ ପକାଇ ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଥିଲେ ତିରଥ। ୨୦୧୩ ଫେବ୍ରୁଆରୀ ୯ରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ତିରଥ ସିଂ ଉତ୍ତରାଖଣ୍ଡ ବିଜେପି ମୁଖ୍ୟ ଥିଲେ। ୨୦୧୨ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲ॥ ଗତକାଲି ତ୍ରିବେନ୍ଦ୍ର ସିଂ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଏଠି କହିରଖିବୁ, ତ୍ରିବେନ୍ଦ୍ର ସିଂହ ରାୱତ କିଛି ଦିନ ପୂର୍ବରୁ  ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କୁ ସାକ୍ଷାତ କରିଥିଲେ। ଏହା ପରେ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନେଇ ଅନୁମାନ କରାଯାଉଥିଲା। ଗତକାଲି ସନ୍ଧ୍ୟାରେ ସେ ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ ହେବା ପରେ ତୀରଥ ସିଂ କହିଛନ୍ତି, ମୁଁ ସଂଘର ପ୍ରଚାରକ ଥିଲି। ସଂଘ ସହ ଜଡିତ ଅଛି। ବିଦ୍ୟାର୍ଥୀ ପରିଷଦ ସହ ଜଡ଼ିତ ଅଛି। ମୋତେ ଯେଉଁ ଦାୟିତ୍ୱ ଯେତେବେଳେ ମିଳିଛି, ମୁଁ ତାହାକୁ ତୁଲାଇବା ପାଇଁ ଚେଷ୍ଟା କରିଛି। ଟିମ୍‌ର ଆଦର୍ଶକୁ ନେଇ ମୁଁ ଆଗକୁ ଯିବି।’ ସେ କେନ୍ଦ୍ର ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପାଖରେ ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି। ଏଥିସହିତ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହଙ୍କ ପ୍ରଶଂସା କରି କହିଥିଲେ, ତ୍ରିବେନ୍ଦ୍ର ସିଂହ ଯେଉଁ କାମ କରିଛନ୍ତି ତାହା କେହି କରି ନ ଥିଲେ।’

ତ୍ରିବେନ୍ଦ୍ର ସିଂହଙ୍କ ପରି ତୀରଥ ସିଂହଙ୍କର ପ୍ରତିଛବି ମଧ୍ୟ  ଲୋକଙ୍କ ପାଖରେ ସେତେ ଭଲ ନୁହେଁ। ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ତ୍ରିବେନ୍ଦ୍ର ସିଂହଙ୍କର ମଧ୍ୟ ଛବି ଏମିତି ଥିଲା। ମିଳିଥିବା ସୂଚନା ଅନୁଯାୟୀ,୧୦ ଜଣ ନେତା ରାଜ୍ୟପାଳଙ୍କୁ ଦେଖା କରିବେ। ଏମାନଙ୍କ ମଧ୍ୟରେ ଅଛନ୍ତି ତୀରଥ ସିଂହ ରାୱତ, ମଦନ କୌଶିକ, ଅରବିନ୍ଦ ପାଣ୍ଡେ, ହରକ ସିଂହ ରାୱତ, ସତପାଲ ମହାରାଜ, ହରବଂସ କପୁର, ଗଣେଶ ଯୋଶୀ, ସୁବୋଧ ଓନିଆଲ ଏବଂ ରେମଶ ପୋଖରୀୟାଲ ନିଶଙ୍କଙ୍କ ନାମ ରହିଛି।

You might also like