୧୦ ଘଣ୍ଟା ଲାଗି ରାସ୍ତାରୁ ଆବର୍ଜନା ସଫା କଲେ ଛାତ୍ର, ଉପହାରରେ ମିଳିଲା କାର୍‌

ୱାଶିଂଟନ:ଆମେରିକାରେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଜର୍ଜ ଫ୍ଲାୟଡଙ୍କ ମୃତ୍ୟୁକୁ ନେଇ ଦେଶରେ ବିରୋଧାଭାସ ଦେଖିବାକୁ ମିଳିଥିଲା । ଲୋକେ ହାତରେ ବୋର୍ଡ, କାଗଜ ଏବଂ ପ୍ଲାକାର୍ଡ ଧରି ଆନ୍ଦୋଳନ କରୁଥିଲେ। ଆନ୍ଦୋଳନ ପରେ ଯିଏ ଯାହାର ଘରକୁ ଚାଲି ଯାଇଥିଲେ। ହେଲେ ରାସ୍ତାରେ ପଡ଼ି ରହିଥିଲା ଅଳିଆ ଆବର୍ଜନା ।

Antonio Gywn Jr ଛୋଟ ପିଲାଟିଏ । ସ୍କୁଲରେ ପଢେ। ସେ ଦେଖିଲା,  Bailey Avenue  ଅଞ୍ଚଳ ଆବର୍ଜନାମୟ ହୋଇ ପଡ଼ି ରହିଛି।  ଆନ୍ଦୋଳନକାରୀମାନେ ଯିବାପରେ ସେଠାରେ  ସଠାରେ କାଗଜ, ପ୍ଲାଷ୍ଟିକ୍‌ ଏବଂ ଅନ୍ୟାନ୍ୟ ଆବର୍ଜନା ପକାଇ ପଳାଇଛନ୍ତି। 

ଏହା ଏଣ୍ଟୋନିୟୋଙ୍କୁ ଏହା ଭଲ ଲାଗି ନ ଥିଲା। ତେଣୁ ସେ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଧରି ଏହି ଅଳିଆ ସଫା କରିବା ପାଇଁ ଅଣ୍ଟା ଭିଡିଲେ। ପୁରା ଆବର୍ଜନା ସଫା କିରବା ପାଇଁ ତାଙ୍କୁ ୧୦ ଘଣ୍ଟା ଲାଗିଥିଲା।  ପରଦିନ ଯେତେବେଳେ ଲୋକେ ଏଠାକୁ ସଫା କରିବାକୁ ଆସନ୍ତି ଦେଖନ୍ତି ସବୁ ପରିଷ୍କାର ହୋଇଯାଇଛି। ଛୋଟ ପିଲାଟିର ଏପରି କାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଏ ନେଇଏଣ୍ଟୋନିୟୋକୁ ପଚାରିବାରୁ ଯାହା କହିଥିଲା ତାହା ଥିଲା ଅଧିକ ହୃଦୟସ୍ପର୍ଶୀ। ସେ କହିଛି, ଲୋକାଲ ନିଉଜ୍‌ରୁ ଦେଖିଲେ, ରାସ୍ତାରେ ଅଳିଆ, ଆବର୍ଜନା ଏବଂ ଗ୍ଲାସ ଏଣେତେଣେ ପଡ଼ିଛି। ସେ ଜାଣିଥିଲା, ସକାଳୁ ସକାଳୁ ଲୋକେ ଏହି ରାସ୍ତାରେ ନିଜ ନିଜ କାମରେ ଯିବେ। ତେଣୁ  ତା’ ପୂର୍ବରୁ ରାସ୍ତା ସଫା କରିବା ପାଇଁ ନିଜେ ବାହାରି ପଡ଼ିଥିଲା। 

ମ୍ୟେଟ ବ୍ଲାକ୍‌ ନାମକ ଜଣେ ବ୍ୟକ୍ତି ଏଣ୍ଟୋନିୟୋ ଓ ତା’ ସହଯୋଗୀଙ୍କର ଏପରି ପ୍ରଶଂସନୀୟ କାମ ଦେଖିବା ପରେ ଏଣ୍ଟୋନିୟୋକୁ ଏକ କାର ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି। ସେ ୨୦୦୪ ମଡେଲର Mustang  convertible କାର ଉପହାର ଦେଇଛନ୍ତି। ଏଣ୍ଟୋନିୟୋ କାର ପାଇବା ପରେ କହିଛି, ‘ମୋ  ମା’ଙ୍କ ପାଖରେ ଏମିତି ଏକ କାର ଥିଲା। ତାଙ୍କର ୨୦୧୮ରେ ପରଲୋକ ହୋଇ ଯାଇଥିଲା।  ଏ ଅନୁଭୁତି ବର୍ଣ୍ଣନା କରିବାକୁ ମୋ ପାଖରେ ଭାଷା ନାହିଁ।’

ଏଣ୍ଟୋନିୟୋ କାର ମିଳିବା ପରେ ସ୍ଥାନୀୟ ଜଣେ ବିଜିନେସମ୍ୟାନ Bob Briceland ନିଜ ତରଫରୁ କାରର୍‌ ଅଟୋ ଇନ୍‌ସ୍ୟୁରାରନ୍ସ ବଢାଇ ଦେଇଛନ୍ତି। ସେହିପରି Medaille College ଏଣ୍ଟୋନିଆକୁ ଫ୍ରି ସ୍କଲାରସିପ ଅଫର କରିଛି। 

 

 

You might also like