ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମନମୋହନ ସିଂହ

ନେହେରୁ ମେମୋରିଅାଲକୁ ପରିବର୍ତ୍ତନ ନ କରିବାକୁ ନିବେଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଚିଠି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ସ୍ମୃତିସ୍ଥଳ ନେହେରୁ ମେମୋରିଅାଲ କମ୍ପେକ୍ସକୁ ମ୍ୟୁଜିୟମ ନକରିବା ପାଇଁ ଚିଠିରେ ନିବେଦନ କରିଛନ୍ତି ମନମୋହନ ସିଂହ।

ନିକଟରେ କେନ୍ଦ୍ର ସରକାର ଦିଲ୍ଲୀ ସ୍ଥିତି ନେହେରୁ ମେମୋରିଅାଲ କମ୍ପେକ୍ଲସକୁ ମରାମତି କରି ଏଠାରେ ମ୍ୟୁଜିୟମ କରିବା ପାଇଁ ଯୋଜନା କରିଛନ୍ତି। ନେହେରଙ୍କ ସ୍ମୃତି ଓ ଏହି ମେମୋରିଅାଲର ଐତିହକୁ ବଜାୟ ରଖିବା ପାଇଁ ଏହାକୁ ପରିବର୍ତ୍ତନ ନ କରିବା ପାଇଁ ଚିଠିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

You might also like