ସୋଶାଲ ମିଡିଆର ଦୁରୁପଯୋଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ !

ନୂଆଦିଲ୍ଲୀ: ଦେଶରେ ସୋଶାଲ୍ ମିଡିଆର ଦୁରୁପଯୋଗ ହେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ଏଥିରେ ରୋକ୍ ଲାଗାଇବାକୁ ଏକ ଗାଇଡ୍‌ ଲାଇନ୍‌ ତିଆରି କରିବା ଜୁରୁରୀ। ସୋଶାଲ ମିଡିଆର ଦୁରୁପଯୋଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଦିନରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଗାଇଡ୍‌ ଲାଇନ୍ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୋଶାଲ ମିଡିଆ ଫେସବୁକ୍ ସହ ଆଧାର କାର୍ଡ ସଂଯୋଗ ହେବ କି ନାହିଁ ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଆଇଟି ବିଭାଗକୁ ଗାଇଡ ଲାଇନ୍ ପ୍ରସ୍ତୁତ କରିବାକୁ କହିଛନ୍ତି।

ସୋଶାଲ ମିଡିଆ ଆକାଉଣ୍ଟଧାରୀଙ୍କ ତଥ୍ୟ କିଭଳି ସଂରକ୍ଷଣ ରହିବ ସେ ବାବଦରେ ଆଇଟି ବିଭାଗ ବିଚାର କରିବ ବୋଲି ଦେଶର ସର୍ବୋଚ୍ଚ କୋର୍ଟ କହିଛନ୍ତି। ଏହି ମାମଲାର ଶୁଣାଣି ଜଷ୍ଟିସ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ଅନିରୁଦ୍ଦ ବୋଷ କରୁଛନ୍ତି।

ମାମଲାର ଶୁଣାଣି କରୁଥିବାବେଳେ ଜଷ୍ଟିସ ଗୁପ୍ତା କହିଛନ୍ତି କାହିଁକି ଜଣେ ସୋଶାଲ ଆକାଉଣ୍ଟଧାରୀ ସେବା ଯୋଗାଉଥିବା ସଂସ୍ଥାକୁ ପଚାରି ପାରିବ ନାହିଁ ମେସେଜ ବା ଖବରର ଉତ୍ପତ୍ତି ବାବଦରେ? ଏବେ ସମୟ ଆସିଛି ଇଣ୍ଟରନେଟ୍ ବାବଦରେ ଚିନ୍ତା କରିବାର। ଆମ ପାଖରେ ସୋଶାଲ ମିଡିଆକୁ ନେଇ କୌଣସି ଗାଇଡ ଲାଇନ୍ ନାହିଁ।

ଜଣେ ଅନ୍ୟ ଜଣଙ୍କୁ କାହିଁକି ଟ୍ରୋଲ୍ କରିବ, ଅନ୍ୟ ଜଣଙ୍କ ଚରିତ୍ର ବାବଦରେ ମିଛ ଖବର ଦେବାକୁ ଟ୍ରୋଲ କରୁଥିବା ବ୍ୟକ୍ତିଙ୍କ ପାଖରେ କେଉଁଠି ଅଧିକାର ଆସିଲା ବୋଲି ଜଷ୍ଟିସ୍ ଗୁପ୍ତା ପ୍ରଶ୍ନ କରିଛନ୍ତି। ତେଣୁ ସରକାର ଏ ବାବଦରେ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି।

 

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like