ମାତ୍ର ୧୪୫୦ ଟଙ୍କାରେ ବିକ୍ରି ହେଉଛି ଆପଣଙ୍କ ଗୋପନୀୟ ତଥ୍ୟ…

ସାବଧାନ ଫେସବୁକ ବ୍ୟବହାରକାରୀ

ଫେସବୁକରୁ ହେଉଛି ତଥ୍ୟ ଲିକ୍

୧୪୫୦ ଟଙ୍କାରେ ବିକ୍ରି ହେଉଛି ବ୍ୟବହାରୀଙ୍କ ତଥ୍ୟ

ନୂଆଦିଲ୍ଲୀ:  ସୁରକ୍ଷିତ ନୁହେଁ ଫେସବୁକ? ଫେସବୁକ ବ୍ୟବହାର କରୁଥିଲେ ସାବଧାନ ହୁଅନ୍ତୁ,  କାରଣ ଫେସବୁକରୁ ବହୁ ସଂଖ୍ୟକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମଦରବୋର୍ଡର ରିପୋର୍ଟ ଅନୁଯାୟୀ, ଭାରତ ସମେତ ସାରା ବିଶ୍ୱରେ ପ୍ରାୟ ୫ଶହ ମିଲିୟନ ଲୋକଙ୍କ ମୋବାଇଲ୍ ନମ୍ବର ଲିକ୍ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ,  ଏହି ମୋବାଇଲ୍ ନମ୍ବରଗୁଡିକ ଟେଲିଗ୍ରାମ ବଟରେ ବିକ୍ରି ହେଉଛି ।ଆଉ ଏଥିରେ ପ୍ରାୟ ୬ ଲକ୍ଷ ଭାରତୀୟ ବ୍ୟବହାରକାରୀଙ୍କ ତଥ୍ୟ ରହିଛି। ତେବେ ଏ ସମ୍ପର୍କରେ ସର୍ବପ୍ରଥମେ ସୁରକ୍ଷା ଅନୁସନ୍ଧାନକାରୀ ଆଲୋନ୍ ଗାଲ୍ ଟ୍ୱିଟରରେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଅଧିକାଂଶ ଭାରତୀୟ ସକ୍ରିୟ ଅଛନ୍ତି।  ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେସବୁକ, ଇନଷ୍ଟା, ଟୁଇଟର, ସ୍ନାପ୍ ଚାଟ୍, ହ୍ୱାଟ୍ସଆପ୍ ପରି ସୋସିଆଲ ସାଇଡ଼ରେ ଅନେକ ଲୋକେ ଆକ୍ଟିଭ ରହୁଛନ୍ତି। କେହି କେହି ଏହି ସବୁ ଆପରେ ବ୍ୟସ୍ତ ରହି ନିଜ ମାଇଣ୍ଡକୁ ଫ୍ରେସ୍ କରୁଥିବା କହୁଥିବା ବେଳେ ଅନେକ ସମାଲୋଚନା, ସନ୍ଦେଶ ଓ ନିଜ ବ୍ୟକ୍ତିଗତ ମନ୍ତବ୍ୟ ଦେଇ ଆନନ୍ଦିତ ହେଉଥିବା କହନ୍ତି।

ପ୍ରତ୍ୟେକ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ପାଖାପାଖି ୧୪୫୦ ଟଙ୍କାରେ ବିକ୍ରି ହେଉଛି ବୋଲି ଜଣାଯାଇଛି।  ମଦରବୋର୍ଡ ରିପୋର୍ଟ ଅନୁଯାୟୀ, ଯଦି କାହାର ଯୋଗାଯୋଗ ନମ୍ବର ଥାଏ, ତେବେ ସେମାନେ ଟେଲିଗ୍ରାମ ବଟ୍ ସାହାଯ୍ୟରେ ସେମାନଙ୍କର ଫେସବୁକ୍ ୟୁଜର୍ ID କୁ ପ୍ରବେଶ କରିପାରିବେ। କିନ୍ତୁ ଏଥିପାଇଁ ଉପଭୋକ୍ତାଙ୍କୁ ଟଙ୍କା ଦେବାକୁ ପଡିବ। ଯେଉଁମାନେ ଟେଲିଗ୍ରାମ ବଟ୍ ତିଆରି କରିଛନ୍ତି ସେମାନେ ଗୋଟିଏ ଫୋନ୍ ନମ୍ବର କିମ୍ବା ଫେସବୁକ୍ ଆଇଡିକୁ ୨୦ ଡଲାରରେ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ  ୧୪୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାସହ ଉପଲବ୍ଧ ଥିବା ନମ୍ବରରେ ଯେକୌଣସି ବ୍ୟକ୍ତି କଲ କରି ପାରିବ। ଆଉ ଏପରି ପରିସ୍ଥିତିରେ, ଯଦି ଉପଭୋକ୍ତାମାନେ ସେମାନଙ୍କର ମୋବାଇଲ୍ ନମ୍ବର ସୁରକ୍ଷିତ ରଖିବେ ତେବେ ଏହା ସର୍ବୋତ୍ତମ ହେବ ବୋଲି ଜଣାଯାଇଛି।

ଫେସବୁକରୁ କେମିତି ନିଜ ନମ୍ବରକୁ କରିବେ ଅପସାରଣ?

୧. ସର୍ବପ୍ରଥମେ ଫେସବୁକ୍ ଆପକୁ ଓପନ କରନ୍ତୁ।

୨. ଏହାପରେ ଡ଼ାହାଣ ପାର୍ଶ୍ୱରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ

୩. ଆକାଉଂଟ ସେଟିଂ ଉପରେ କ୍ଲିକ୍ କରନ୍ତୁ

୪. ତା’ପରେ ଜେନେରାଲ୍ ଅପ୍ସନର ଫୋନ୍ ନମ୍ବର ଅପ୍ସନ୍ ସିଲେକ୍ଟ କରନ୍ତୁ

୫. ଏହାପରେ  ନାମ, ଇମେଲ୍ ଠିକଣା ଏବଂ ମୋବାଇଲ୍ ନମ୍ବର ଦେଖାଯିବ ଯେଉଁଠାରୁ ଆପଣଙ୍କୁ ଫୋନ୍ ବିକଳ୍ପକୁ ଯିବାକୁ ପଡିବ ୬. ଏମିତି କରିବା ପରେ, Remove From Your Account ରେ କ୍ଲିକ୍ କରିବାକୁ ପଡ଼ିବ

୭. ଏଠାରେ ଆପଣଙ୍କୁ ନିଜର ଫୋନ ନମ୍ବର ସୋ’ କରିବ,  ଏହା ପରେ ଫେସବୁକ୍ ଆକାଉଣ୍ଟର ପାସୱାର୍ଡ ଏଣ୍ଟର୍ କରିବାକୁ ପଡିବ। ପାସୱାର୍ଡ ଯାଞ୍ଚ ହେବା ପରେ ମୋବାଇଲ୍ ନମ୍ବର ଫେସବୁକ୍ ରୁ ଅପସାରିତ ହେବ।

ଏଠାରେ ଆମେ କହିରଖୁଛୁ ଯେ, କେବଳ ଏବେ ନୁହେଁ ଏହା ପୂର୍ବରୁ ମଧ୍ୟ ଅନେକ ଥର ଫେସବୁକରୁ ତଥ୍ୟ ଲିକ ହୋଇଛି।ପୂର୍ବରୁ ୨୦୧୯ ରେ, ପ୍ରାୟ ୪୧.୯ ନିୟୁତ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଅସୁରକ୍ଷିତ ସର୍ଭରରେ ମିଳିଥିଲା ​। ତେବେ କମ୍ପାନୀ ଦ୍ୱାରା ଏହି ସମସ୍ୟା ଶୀଘ୍ର ସମାଧାନ କରାଯାଇଥିଲା। ବିଶ୍ୱର ପାଖାପାଖି ୧୦୦ ଟି ଦେଶରେ ଫେସବୁକ୍ ତଥ୍ୟ ଲିକ୍ ହୋଇଛି। ଭାରତରେ ଏକ ସମୟରେ ଏହି ସଂଖ୍ୟା ପ୍ରାୟ ୬୧୬୨୪୫୦ ରହିଥିବା ସୂଚନା ରହିଛି।

You might also like