ମହଙ୍ଗା ହେବ କପେ ଚା’ !

ନୂଆଦିଲ୍ଲୀ: ଏଥର ମହଙ୍ଗା ହେବ ଚା’ କପ୍‌। କାରଣ ବର୍ଷାରେ ଏଥର ଚା’ ଚାଷକୁ ପ୍ରବଳ କ୍ଷତି ପହଞ୍ଚାଇଛି। ବର୍ଷାରେ ପାଖାପାଖି ୨୦ କୋଟି କିଲୋଗ୍ରାମ ଚା’ ଫସଲ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଫଳରେ ନିଲାମି ଭାଉ ବଢ଼ିବାରୁ ବଜାରରେ ଚା’ର ଦାମ୍ କିଲୋପ୍ରତି ୧୦୦ ଟଙ୍କା ହୋଇଛି। ତେଣୁ ଚା କପ୍‌ର ମୂଲ୍ୟ ବଢ଼ିପାରେ ବୋଲି କୁହାଯାଇଛି।

ବିଭିନ୍ନ କମ୍ପାନୀ ମଧ୍ୟ ଚା’ ପକେଟ୍‌ ୧୦ରୁ ୧୫ ପ୍ରତିଶତ ଲେଖାଏ ବୃଦ୍ଧି କରିଛନ୍ତି। ମିଳିଥିବା ସୂଚନାନୁସାରେ, କମ୍ପାନୀଗୁଡ଼ିକ ପୂର୍ବରୁ ଲଗାତର ଏପ୍ରିଲ୍‌, ମେ ଓ ଜୁନ୍‌ ମାସରେ ଚା’ ଦର ବଢ଼ାଇଛନ୍ତି। ଏବେ ଜୁଲାଇ ମାସରେ ଦର ବଢ଼ାଇ ପାରନ୍ତି ବୋଲି କୁହାଯାଉଛି।

କୋଲକାତା ଚା’ ବ୍ୟାପାରୀ ସଂଘ (ସିସିଟିଏ)ର କହିବାନୁସାରେ, ଲକ୍‌ଡାଉନ୍ ଓ ବର୍ଷା ଯୋଗୁ ଫସଲର ଉତ୍ପାଦନ କମ୍‌ ଥିବାରୁ ନିଲାମୀରେ ଚା’ ଦାମ୍ ବଢ଼ିଯାଇଛି। ଜୁଲାଇ ମାସର ହିସାବକୁ ଅପେକ୍ଷା କରାଯାଇଛି। ଏହାପରେ ଯାଇ ଦାମ୍ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ ବୋଲି ସିସିଟିଏ କହିଛି। ତା ସହିତ ଅଲୀପରୁ ଦ୍ୱାର ଜଲ୍‌ପାଇଗୁଡ଼ିରେ ଶ୍ରମିକଙ୍କ ଅଭାବ ଯୋଗୁ ଚା ଯଥେଷ୍ଟ ପରିମାଣରେ ଅମଳ ହୋଇପାରି ନାହିଁ ବୋଲି ସୂଚନା ଦେଇଛି ସିସିଟିଏ।

ଏନେଇ ସିସିଟିଏ ଚେୟାର୍‌ମ୍ୟାନ୍ ବିଜୟ ଜଗନ୍ନାଥ କହିଛନ୍ତି, ଚା’ ବ୍ୟବସାୟରେ ୨୦ କୋଟି କିଲୋଗ୍ରାମ ଫସଲ ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି। ଏଥିପାଇଁ ମାର୍କେଟରେ ଉନ୍ନତମାନର ଚା’ ଦାମ୍‌ କିଲୋପ୍ରତି ୧୦୦ ଟଙ୍କା ହୋଇଯାଇଛି।

ତେବେ ଲକ୍‌ଡାଉନ୍‌ ଯୋଗୁ ଉତ୍ପାଦନ ହ୍ରାସ ପାଇଥିବାରୁ  ଚା’ ମୂଲ୍ୟ ଆହୁରି ବଢ଼ିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।

 

 

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like