ଅାନ୍ଧ୍ରପ୍ରଦେଶରେ ଟିଡିପି ବିଧାୟକଙ୍କୁ ହତ୍ୟା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ମାଓବାଦୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ବିଶାଖାପାଟଣା ଜିଲ୍ଲାର ଆରାକୁ ଅଞ୍ଚଳରେ ଟିଡିପି ବିଧାୟକ କିଦାରି ସର୍ବେଶ୍ୱର ରାଓଙ୍କୁ ହତ୍ୟା କରାଯାଇଛି। ଏଥି ସହ ତାଙ୍କ ସାଥୀରେ ଥିବା ପୂର୍ବତନ ବିଧାୟକ ଶିବେରି ସୁମାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି।

୬୦ରୁ ଅଧିକ ମାଓବାଦୀ ସଂଘବଦ୍ଧ ଆକ୍ରମଣ କରିବା ସହ ଦୁଇ ନେତାଙ୍କ ଉପରକୁ ଅତି ପାଖରୁ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ଦୁଇ ନେତାଙ୍କ ମୃତ୍ୟୁ ହୋଇଥିଲା। ମାଓବାଦୀମାନେ ବିଧାୟକଙ୍କ ସହ ଆଲୋଚନା କରିବା ପରେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ବିଶାଖାପାଟଣା ଗ୍ରାମାଞ୍ଚଳ ଏସପି ରାହୁଲ ଦେବ ଶର୍ମାଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

You might also like