ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍ସି କୋହଲି
ନୂଆଦିଲ୍ଲୀ: ପ୍ରଖ୍ୟାତ ଆଇଟି ସର୍ଭିସ କମ୍ପାନୀ ଟାଟା କନ୍ସଲ୍ଟେନ୍ସି ସର୍ଭିସେସ୍ ବା (ଟିସିଏସ୍)ର ଫାଉଣ୍ଡର ଫକିର ଚନ୍ଦ ହୋଲିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ଫକିରଚନ୍ଦ କୋହଲି ଟିସିଏସ୍ର ପ୍ରଥମ ସିଇଓ ହୋଇଥିଲେ। କୋହଲିଙ୍କୁ ଭାରତୀୟ ସଫ୍ଟୱେୟାର ଇଣ୍ଡଷ୍ଟ୍ରୀର ଜନକ ବୋଲି ମଧ୍ୟ କୁହାଯାଇଥାଏ। ଭାରତୀୟ ସଫ୍ଟୱେୟର ଇଣ୍ଡଷ୍ଟ୍ରୀରେ କୋହଲିଙ୍କ ଯୋଗଦାନ ଯୋଗୁ ୨୦୦୨ରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
୧୯୨୪ ମସିହାରେ ପେଶାୱାରରେ କୋହଲିଙ୍କ ଜନ୍ମ ହୋଇଥିଲା। ଲାହୋର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ସେ ବିଏ ଓ ବିଏସୀ କରି କାନାଡାର କ୍ୱିନ୍ସ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ। ସେଠାରୁ ଇଲେକ୍ଟ୍ରିକଲ ଇଞ୍ଜିନିୟରିଂରେ ଅନର୍ସ ସହିତ ବିଏସ୍ସି ସାରିଥିଲେ।
ଏହାରେ ୧୯୫୦ରେ ମାସାଚୁସେଟ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମେକାନିକଲ ଇଞ୍ଜିନିୟରିଂରେ ଏମ୍ଏ ମଧ୍ୟ କରିଥିଲେ। ଏହାପରେ ୧୯୫୧ରେ ଭାରତ ଫେରି ଟାଟା ଇଲେକ୍ଟ୍ରିକାଲ କମ୍ପାନୀରେ ଜଏନ୍ କରିଥିଲେ। ପରେ ୧୯୭୦ରେ ଏହାର ନିର୍ଦ୍ଦେଶକ ହେବା ହୋଇଥିଲେ। ୧୦୬୯ରେ ଟିସିଏସ୍ର ଜେନେରାଲ ମ୍ୟାନେଜର ହୋଇଥିଲେ। ଏହାପରେ ୧୯୯୪ରେ ସେ କମ୍ପାନୀର ଡେପୁଟି ଚେୟାରମ୍ୟାନ୍ ହୋଇଥିଲେ।