ଟିକସ ନଠକିଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ଏନ୍‌ଡିଏ ସରକାର ସମୟରେ ସବୁଠାରୁ ଅଧିକ ଟିକସଦାତା ଟିକସ ଦେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ନିଆରା ପ୍ରୟାସ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଯେଉଁ ଟିକସଦାତାମାନେ ଠିକ୍‌ ସମୟରେ ଟିକସ ପୈଠ କରିବେ ସେମାନଙ୍କୁ ସମ୍ମାନିତ କରାଯିବ। ଏଥିପାଇଁ ସରକାର ଖୁବ୍‌ ଶୀଘ୍ର ଏକ ନୂତନ ସ୍କିମ୍‌ ବିଷୟରେ ଘୋଷଣା କରିବାକୁ ଯାଉଛନ୍ତି।

ସେମାନେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ସାଙ୍ଗରେ ଚା’ ପିଇବାର ସୁଯୋଗ ପାଇବା ସହ ସେମାନଙ୍କ ପିଲାମାନଙ୍କ ସ୍କୁଲ ନାମଲେଖାରେ ପ୍ରାଥମିକତା ମିଳିବ। ଆଉ ବଜେଟ୍‌ରେ ଏହି ଉଦ୍ଦେଶ୍ୟରେ ଏକ ସ୍କିମ୍‌ ଘୋଷଣା ହେବାର ସମ୍ଭାବନା ରହିଛି।

ସଚ୍ଚୋଟତାକୁ ମିଳିବ ଏସବୁ ସମ୍ମାନ

ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ସହ ଚା ପିଆର ସୁଯୋଗ, ପିଲାମାନଙ୍କ ସ୍କୁଲ ଆଡମିଶନ୍‌ରେ ପ୍ରାଥମିକତା, ବିମାନବନ୍ଦରରେ ସ୍ୱତନ୍ତ୍ର ପ୍ରବେଶ ଦ୍ୱାର, ବିମାନବନ୍ଦରରେ ବିନା କୌଣସି ଖର୍ଚ୍ଚରେ ଭିଆଇପି ସୁବିଧା, ଟୋଲ ପ୍ଲାଜାରେ ସ୍ୱତନ୍ତ୍ର ଲେନ୍‌ ଆଦି ସୁବିଧା ମିଳିବ।

ଲାଗୁ ହେବ ଏସବୁ ସର୍ତ୍ତ

ଏଥିପାଇଁ ସେହିସବୁ ଟିକସଦାତା ଯୋଗ୍ୟ ବିବେଚିତ ହେବେ ଯେଉଁମାନେ ନିୟମିତ ଟିକସ ରିଟର୍ଣ୍ଣ ଫାଇଲ କରୁଥିବେ। ଯେଉଁମାନେ ଆୟକର ବିଭାଗକୁ କେବେ ମଧ୍ୟ ଜୋରିମାନା ଦେଇନଥିବେ କିମ୍ବା ଯାହାଙ୍କ ଉପରେ କେବେ ବି ଆୟକର ଚଢ଼ଉ ହୋଇନଥିବ।

ସରକାରଙ୍କୁ କ’ଣ ଫାଇଦା

ଏହି ସ୍କିମ୍‌ ଆସିବା ଫଳରେ ଟିକସ ଚୋରି ବନ୍ଦ ହେବ। ଏଥିରେ ଆର୍ଥିକ ଫାଇଦା ଦିଆଯାଉନଥିବାରୁ ସରକାରଙ୍କ ଉପରେ ବି ବୋଝ ପଡ଼ିବାର ନାହିଁ। ଏହାଫଳରେ ସେମାନଙ୍କୁ ସଚ୍ଚୋଟତାର ପ୍ରମାଣପତ୍ର ମିଳିପାରିବ। ଯଦିଓ ପୂର୍ବରୁ ସେମାନଙ୍କୁ ସମ୍ମାନିତ କରିବାର ବ୍ୟବସ୍ଥା ରହିଥିଲା, ୨୦୦୪ରେ ଏହା ବନ୍ଦ ହୋଇଯାଇଥିଲା। ତେବେ ଗତ ବର୍ଷଠାରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପୁଣିଥରେ ଏକ କମିଟି ଗଠନ କରି ଏହି ବ୍ୟବସ୍ଥା ଆରମ୍ଭ କରିବାର ପ୍ରୟାସ କରୁଛି।

ବିଦେଶରେ ମଧ୍ୟ ରହିଛି ଏପରି ବ୍ୟବସ୍ଥା

ଜାପାନରେ ସଚ୍ଚୋଟ ଟିକସଦାତାଙ୍କୁ ରାଷ୍ଟ୍ରମୁଖ୍ୟଙ୍କ ସହ ଫଟୋ ଉଠାଇବାର ସୁଯୋଗ ମିଳିଥାଏ। ଦକ୍ଷିଣ କୋରିଆରେ ଏୟାରପୋର୍ଟରେ ଭିଆଇପି ସୁବିଧା ମିଳିଥାଏ। ପାକିସ୍ତାନରେ ମଧ୍ୟ ସେଭଳି ବ୍ୟବସ୍ଥା ରହିଛି।

ଆହୁରି ପଢ଼ନ୍ତୁ

ରାମ ମନ୍ଦିର ପାଇଁ ଶୁଭେଚ୍ଛା ଜଣାଇବା ପରେ ହସିନ ଜାହାଁନଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ

୨ ପ୍ରତିଶତରୁ କମିଲା କରୋନା ମୃତ୍ୟୁହାର

‘କରୋନା ସଂକ୍ରମିତଙ୍କ ପାଇଁ ପ୍ରଥମ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ’

ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

ନଦୀରୁ ବାହାରିଲା ପୁଳାପୁଳା ସୁନା!

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପରଲୋକରେ ପ୍ରସିଦ୍ଧ ଲେଖକ ଓ ଗୀତିକାର ରାହତ ଇନ୍ଦୋରୀ

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ବିଜେପି ସାଂସଦଙ୍କୁ ଏହି ଦେଶରୁ ଆସିଲା ହତ୍ୟା ଧମକ

ସ୍ତ୍ରୀର ସ୍ମୃତି ପାଇଁ ସ୍ୱାମୀ ତିଆରି କଲେ ମହମ ପ୍ରତିମୂର୍ତ୍ତି

ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

You might also like