କରୋନା ମୁକାବିଲା: ଟାଟା ଦେବ ୧,୫୦୦ କୋଟି ଟଙ୍କା

ନୂଆଦିଲ୍ଲୀ: କରୋନା ପାଇଁ ୧୫ ଶହ କୋଟି ଟଙ୍କା ଦେବ ଟାଟା। ଟାଟା ଟ୍ରଷ୍ଟ ପକ୍ଷରୁ ୫୦୦ କୋଟି ଟଙ୍କା ଦେବାକୁ ଘୋଷଣା ହୋଇଥିବା ବେଳେ ଟାଟା ସନ୍ସ ପକ୍ଷରୁ ଆଉ ହଜାରେ କୋଟି ଟଙ୍କା ଦେବାର ଘୋଷଣା କରାଯାଇଛି।  କରୋନା ମୁକାବିଲା ଲାଗି ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ନିଜ କମ୍ପାନୀର ସହଯୋଗ ବାବଦରେ ଘୋଷଣା କରିଛନ୍ତି। ଏହି ଟଙ୍କା କେଉଁ କ୍ଷେତ୍ରରେ ବିନିଯୋଗ ହେବ ରତନ ଟାଟା ସେହି ବିଷୟରେ ମଧ୍ୟ କହିଛନ୍ତି।

ସେ କହିଛନ୍ତି, ଏଥିରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପମେଣ୍ଟ କିଣାଯିବ।ବଢ଼ୁଥିବା ରୋଗୀଙ୍କ ସଂଖ୍ୟାକୁ ଦେଖି ଶ୍ୱାସକ୍ରିୟା ସହାୟକ ବ୍ୟବସ୍ଥା କରାଯିବ। ମୁଣ୍ଡ ପିଛା ଟେଷ୍ଟିଂ କିଟ୍‌ ସଂଖ୍ୟାରେ ବୃଦ୍ଧି କରାଯିବ। ଆକ୍ରାନ୍ତ ରୋଗୀଙ୍କ ପାଇଁ ମୋଡୁଲାର ଚିକିତ୍ସା ବ୍ୟବସ୍ଥା କରାଯିବ। ସ୍ୱାସ୍ଥ୍ୟକର୍ମୀ ଏବଂ ସାଧାରଣ ଲୋକଙ୍କ ଜ୍ଞାନ ବୃଦ୍ଧି ଏବଂ ତାଲିମ ଆଦି ପଦକ୍ଷେପ ନିଆଯିବ।

You might also like