ସଇଦ୍‌ଙ୍କ ଟାର୍ଜନ ବାଇକ…ଯାହା ଚାଲେ ଇଶାରାରେ

ଭୋପାଲ:୮୦ ବର୍ଷୀୟ ବୃଦ୍ଧଙ୍କ ହାତର ଯାଦୁ ! ୩୨ ବର୍ଷର ପୁରୁଣା ଏକ ଗାଡ଼ିକୁ କରି ଦେଇଛନ୍ତି ଏକ୍‌ଦମ ହାଇଟେକ୍‌ ବାଇକ୍‌। ଏ ଗାଡି ଆପଣ ବ୍ୟବହାର କରୁଥିବା ଗାଡ଼ିଠାରୁ ଯଥେଷ୍ଟ ଉନ୍ନତମାନର। ଏଥିରେ ମୋବାଇଲ ଚାର୍ଜରଠାରୁ ଆରମ୍ଭ କରି ଏଟିଏମ୍‌ ମେସିନ ପର୍ଯ୍ୟନ୍ତ ସବୁ କିଛିର ସୁବିଧା ରହିଛି। କହିବାକୁ ଗଲେ, ଏଇ ଗାଡ଼ି ଯେମିତି ତାଙ୍କ ଇଶାରାରେ କାମ କରୁଛି।

ଏହି ହାଇଟେକ ଇଞ୍ଜିନିୟର ହେଉଛନ୍ତି ଉତ୍ତରପ୍ରଦେଶ ରାଜ୍ୟ ବରେଲି ଅଞ୍ଚଳର ମହମ୍ମଦ ସଇଦ। ଗଳିକନ୍ଦିରେ ବୁଲି ସୁର୍‌ମା ବିକ୍ରି କରୁଥିବା ସଇଦଙ୍କର ଏହି ଗାଡ଼ିକୁ ଦେଖିଲେ ମନେ ପଡ଼ିଯାଏ ଅଜୟ ଦେବଗନଙ୍କ ମୁଭି ଟାର୍ଜନର ସେଇ କାର୍‌ । ସଂଯୋଗର କଥା, ସଇଦ ମଧ୍ୟ ତାଙ୍କର ଏହି ବାଇକ୍‌ର ନାଁ ଦେଇଛନ୍ତି ଟାର୍ଜନ।

ଏହି ବାଇକରେ ଫ୍ୟାନ, ସାଉଣ୍ଡ ସିଷ୍ଟମ ସହ ଏଟିଏମ ବ୍ୟବସ୍ଥା ମଧ୍ୟ ରହିଛି। ଏହି ଏଟିଏମ ‘ଭଏସ କମାଣ୍ଡ’ ଆଧାରରେ କାମ କରିଥାଏ। ଏପରିକି ଖୁଚୁରା ପଇସା ମାଗିଲେ ମଧ୍ୟ ଠିକ୍‌ ଠିକ୍‌ ହିସାବ କରି ଦେଇଥାଏ। ଗାଡ଼ିରେ ରହିଛି ସେନ୍‌ସର ସିଷ୍ଟମ । ଗାଡି ସାମ୍ନାରେ ଠିଆ ହୋଇ ’ଗାନା ଶୁନାଓ’  କହିଲେ ଶୁଣିପାରିବେ ଗୀତ, ଷ୍ଟାର୍ଟ..କହିଦେଲେ ଗାଡ଼ି ଆପେ ଆପେ ଷ୍ଟାର୍ଟ ହୋଇଯିବ।

୨ କୁଇଣ୍ଟାଲ ୪୨ କିଲୋର ଏହି ଗାଡ଼ିକୁ ଏମିତିଭାବେ ତିଆରି କରିଛନ୍ତି, ଏହାକୁ କେବଳ ହାତ ଛାଡି ବି ଚଲେଇବନି  ବରଂ ନିର୍ଭୟରେ ଷ୍ଟଣ୍ଡ ବି ମାରିପାରିବେ।

ସଇଦଙ୍କ କହିବା ଅନୁଯାୟୀ, ପିଲାଦିନେ କେବେ ସ୍କୁଲ ଯାଇଥିବା ତାଙ୍କର ମନେ ନାହିଁ, କିନ୍ତୁ ଏହି ଗାଡ଼ିକୁ ସେ ବିଭିନ୍ନ ପାର୍ଟସ ଏକାଠି କରି ତିଆରି କରିଛନ୍ତି।

 

You might also like