ବିମାନ ଦୁର୍ଘଟଣାରେ ଅଭିନେତା ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ

ୱାଶିଂଟନ୍‌: ଟାର୍ଜନ ଟିଭି ସିରିଜ୍‌ରେ ‘ଟାର୍ଜନ’ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜୋଏ ଲାରାଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶନିବାର ହୋଇଥିବା ଏହି ବିମାନ ଦୁର୍ଘଟଣାରେ ୫୮ ବର୍ଷୀୟ ଜୋଏ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ୫ଜଣଙ୍କ ମୃତ୍ୟୁ ଘଟିଛି। ଏମାନେ ଏକ ଛୋଟ ବିଜ୍‌ନେସ୍‌ ଜେଟ୍‌ରେ ଯାତ୍ରା କରୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି କ୍ରାଶ ହୋଇ ହୋଇ ଆମେରିକାର Nashville ସହର ପାଖାପାଖି Tennesse ହ୍ରଦରେ ଯାଇ ପଡ଼ିଥିଲା। ସମସ୍ତ ମୃତକ ଆମେରିକାର Tennessee ଅଞ୍ଚଳର ବୋଲି ଜଣାପଡ଼ିଛି। ସ୍ଥାନୀୟ ସମୟାନୁସାରେ, ଶନିବାର ଦିନ ୧୧ଟା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ପୋଲିସ୍‌ ଜୋଏଙ୍କ ସମେତ ଅନ୍ୟ ୬ ଜଣଙ୍କ ମୃତଦେହର ତଲାସ୍‌ ଆରମ୍ଭ କରିଛି। ରବିବାର Rutherford County Fire & Rescue (RCFR)ର କ୍ୟାପ୍‌ଟେନ୍‌ କହିଛନ୍ତି, Smyrna ନିକଟରେ Percy Priest Lakeରେ ତଲାସି ଅଭିଯାନ ଚାଲିଛି, ଯେଉଁଠି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ଏହାସହ ହ୍ରଦର ଆଖପାଖରେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷର ମଧ୍ୟ ଛାନ୍‌ଭିନ୍‌ ଆରମ୍ଭ ହୋଇଛି। ଛାନ୍‌ଭିନ୍‌ ବେଳେ ବିମାନର ଉପକରଣ ମିଳିଛି।

joe lara
Joe lara

‘Tarzan’ ହେଉଛି ଏକ ଆମେରିକା ଡ୍ରାମା ସିରିଜ୍‌। ଜୋଏ ୧୯୮୯ରେ ଟେଲିଭିଜନ୍‌ ଫିଲ୍ମ “Tarzan in Manhattan”ରେ ଅଭିନୟ କରିଥିଲେ। ଏହାପରେ ସେ ଟିଭି ସିରିଜ୍‌ “Tarzan: The Epic Adventures”ରେ ଅଭିନୟ କରିଥିଲେ। ୧୯୯୬-୯୭ରେ ଏହି ସିରିଜ୍‌ on-air ହୋଇଥିଲା। ଏହି ସିରିଜ୍‌ରେ ଟାର୍ଜନର ମାନବ ସଭତ୍ୟା ସମ୍ପର୍କରେ ଓ ବୈବାହିକ କାହାଣୀ ଉପରେ ଆଧାରିତ। ଦକ୍ଷିଣ ଆଫ୍ରିକାର Sun City Resortରେ ଏହି ସିରିଜ୍‌ର ଶୁଟିଂ କରାଯାଇଥିଲା।

You might also like