ବିବାଦ ପରେ ଏଇ ବିଜ୍ଞାପନକୁ ହଟାଇଲା ତନିସ୍କ

ନୂଆଦିଲ୍ଲୀ: ଟାଇଟନ୍‌ ଗ୍ରୁପ୍‌ର ତନିସ୍କ କମ୍ପାନୀ ଏକ ବିଜ୍ଞାପନକୁ ନେଇ ସୋଶାଲ ମିଡିଆରେ ଟ୍ରୋଲ ହୋଇଛି। ଏଥିସହିତ ଏହି ବିଜ୍ଞାପନକୁ ବୟକଟ କରିବା ପାଇଁ ଦାବି ମଧ୍ୟ ଉଠିଛି। ଏହାପରେ କମ୍ପାନୀ ଉକ୍ତ ବିଜ୍ଞାପନକୁ ହଟାଇ ଦେଇଛି। ସୋମବାର ଟ୍ୱିଟରରେ #BoycottTanishq ଟ୍ରେଣ୍ଡ କରୁଥିଲା। ଏହି ବିଜ୍ଞାପନଟି କମ୍ପାନୀ ଗତ ସପ୍ତାହରେ ରିଲିଜ କରିଥିଲା। ଲଭ ଜେହାଦୀକୁ ଏହା ପ୍ରୋତ୍ସାହନ ଦେଉଛି ବୋଲି କହି ଏହାକୁ ହଟାଇବା ପାଇଁ ସୋଶାଲ ମିଡିଆରେ ଦାବି ହୋଇଥିଲା।

ବିଜ୍ଞାପନଟି ଥିଲା ଏମିତି –

ଏକ ଆନ୍ତଧାର୍ମିକ ବିବାହରେ ‘ଗୋଦ ଭରାଇ’ ଉତ୍ସବ ପାଳନ ହେଉଛି। ଗର୍ଭବତୀ ମହିଳା ଜଣକ ଶାଢୀ ପିନ୍ଧିଛନ୍ତି। ତାଙ୍କୁ ତାଙ୍କର ଶାଶୂ ଉତ୍ସବ ମଣ୍ଡପକୁ ନେଇ ଯାଉଛନ୍ତି ଯିଏ କି ସାଲୱାର କମିଜ ପିନ୍ଧିଛନ୍ତି ଏବଂ ମୁଣ୍ଡରେ ଦୁପଟ୍ଟା ଘୋଡ଼ାଇଛନ୍ତି । ଭିଡିଓ ଶେଷ ହେବା ପୂର୍ବରୁ ମହିଳା ଜଣକ କହୁଛନ୍ତି, ‘ମା’, ଏହି ଉତ୍ସବ ତ କେବେ ଆପଣଙ୍କ ଘରେ ହୋଇ ନ ଥିବ ?’

ଏହାର ଉତ୍ତରରେ ଶାଶୂ କହୁଛନ୍ତି-‘କିନ୍ତୁ ଝିଅର ଖୁସି ରଖିବାର ଉତ୍ସବ ତ ସବୁ ଘରେ ହୋଇଥାଏ ।’ ତନିସ୍କ ଏହି ଗହଣା କଲେକ୍ସନର ନାମ ଏକତ୍ୱମ ରଖିଛି।

ତେବେ ଏହି ବିଜ୍ଞାପନକୁ ହଟାଇ ଦିଆଯାଇଛି। ଏପରିକି କମ୍ପାନୀ ୟୁ-ଟ୍ୟୁବ୍‌ରେ ବି ଏହି ଭିଡିଓ ହଟାଇ ଦିଆଯାଇଛି।

ଏହି ବିଜ୍ଞାପନ ପ୍ରତି ବିରୋଧାଭାସକୁ ଦେଖିବା ପରେ କଂଗ୍ରେସ ନେତା ଶଶି ଥରୁର ମଙ୍ଗଳବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଏକ ଟ୍ୱିଟରେ କହିଛନ୍ତି, ‘ ଆଛା, ହିନ୍ଦୁତ୍ୱର ରକ୍ଷକମାନେ ତନିସ୍କ ଜୁଏଲରୀରୁ ଏହି ବିଜ୍ଞାପନ ହଟାଇବା ପାଇଁ ଦାବି କରିଛନ୍ତି। ଏହାର କାରଣ ଏହା ଯେ, ଏଥିରେ ହିନ୍ଦୁ-ମୁସ୍‌ଲିମ ଏକତାକୁ ଅତି ସୁନ୍ଦର ଭାବେ ଏଥିରେ ଦେଖିବାକୁ ମିଳିଛି। ଯଦି ସେମାନେ ଏହି ଏକତ୍ୱମକୁ ନେଇ ବହୁତ ସମସ୍ୟାରେ ଅଛନ୍ତି ତେବେ ସେମାନେ କାହିଁକି ନିଜକୁ ଭାରତରୁ ବୟକଟ କରୁନାହାନ୍ତି ?’

ସେହପରି କଂଗ୍ରେସ ନେତା ଅଭିଷେକ ସିଂଘଭି ମଧ୍ୟ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି ଏହି ବିଜ୍ଞାପନର ବୟକଟ  ଦାବି  କରୁଥିବା ବ୍ୟକ୍ତିଙ୍କର ସମାଲୋଚନା କରିଛନ୍ତି। ସେହିପରି ରାଷ୍ଟ୍ରିୟ ମହିଳା ଆୟୋଗର ପୂର୍ବତନ ସଦସ୍ୟ ଶମୀନା ଶଫିଫ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‘ ଆମର ଧ୍ୟାନ ଏହି ସୁନ୍ଦର ବିଜ୍ଞାପନ ଆଡକୁ ଆଣିଥିବାରୁ  ଡିୟର ଟ୍ରୋଲର୍ସଙ୍କୁ ଧନ୍ୟବାଦ ।’

ଏହି ବିଜ୍ଞାପନକୁ କିଛି ୟୁଜର୍ସ ବିରୋଧ କରି ଲେଖିଛନ୍ତି, ‘ବିଜ୍ଞାପନରେ ସବୁବେଳେ ମୁସ୍‌ଲିମ ପତି ଏବଂ ହିନ୍ଦୁ ପତ୍ନୀଙ୍କୁ କାହିଁକି ଦେଖାଉଛି ? ହିନ୍ଦୁ ପତି ଏବଂ ମୁସ୍‌ଲିମ ପତ୍ନୀ କାହିଁକି ଦେଖିବାକୁ ମିଳୁନି ? ’

ଆଉ କିଛି ୟୁଜର୍ସ ଲେଖିଛନ୍ତି, ‘ଏହା ତନିସ୍କର ହିପୋକ୍ରାସି ଅଟେ।’

କିଛି ୟୁଜର୍ସ ମଧ୍ୟ ଏହି ଟ୍ରେଣ୍ଡକୁ ବିରୋଧ କରିଥିଲେ। ଲେଖିଥିଲେ, ‘ଦେଶରେ ଏପରି ପରିବର୍ତ୍ତନ ଆସିଛି ଦେଖିଲେ ଦୁଃଖ ଲାଗୁଛି। ଯେଉଁ ଦେଶକୁ ସବୁବେଳେ ଧର୍ମନିରେପେକ୍ଷ କୁହାଯାଉଥିଲା ସେଇ ଦେଶରେ ଦୁଇ ଧର୍ମକୁ ଯୋଡୁଥିବା ଏକ ବିଜ୍ଞାପନକୁ ବିରୋଧୀଙ୍କ ଚାପରେ ହଟାଇବାକୁ ପଡ଼ୁଛି !’

 

ଆହୁରି ପଢ଼ନ୍ତୁ

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ମୃତ ୭୦ ଆହତ

You might also like