ସରକାରୀ ଚାକିରି ମିଳିବା ପରେ ଯୁବକଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ ଅଜବ କାରଣ

ଚେନ୍ନାଇ: ସରକାରୀ ଚାକିରି ପାଇବା ପରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ତାମିଲନାଡୁର କନ୍ୟାକୁମାରୀରେ ଏହି ଅଭାବନୀୟ ଘଟଣା ଘଟିଛି। ଆତ୍ମହତ୍ୟା ପଛର କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ।

ସୂଚନା ଅନୁସାରେ, କନ୍ୟାକୁମାରୀ ଜିଲ୍ଲା ନାଗରକୋଇଲ୍‌ରେ ରହୁଥିବା ଏହି ୩୨ ବର୍ଷୀୟ ଯୁବକଙ୍କୁ କୌଣସି ଚାକିରି ନ ମିଳିବାରୁ ସେ ପୂରା ଭାଙ୍ଗି ପଡ଼ିଥିଲେ। ଗୋଟିଏ ଦିନ ସେ ଭଗବାନଙ୍କ ନିକଟରେ ମାନସିକ ରଖିଲେ ଯେ, ଯଦି ତାଙ୍କୁ ଚାକିରି ମିଳିବ ତା’ହେଲେ ସେ ତାଙ୍କ ଜୀବନ ତ୍ୟାଗ କରିଦେବେ।

କିଛିଦିନ ପରେ ସମ୍ପୃକ୍ତ ଯୁବକଙ୍କୁ ମୁମ୍ବାଇରେ ଏକ ବ୍ୟାଙ୍କରେ ଚାକିରି ମିଳି ଯାଇଥିଲା। ଏପରିକି ସେ ଚାକିରିରେ ଯୋଗଦେବା ପାଇଁ ଅଫିସ୍ ମଧ୍ୟ ଯାଇଥିଲେ। ସେଠାରେ ସେ ୧୫ ଦିନ ରହିଥିଲେ। ୧୫ ଦିନ ପରେ ଅର୍ଥାତ୍‌ ଶୁକ୍ରବାର ସେ ତ୍ରିଭେନ୍ଦ୍ରମ ଅଭିମୁଖେ ଟ୍ରେନ୍‌ ଯୋଗେ ଯାତ୍ରା କରିଥିଲେ। ଏହି ସମୟରେ କନ୍ୟାକୁମାରୀ ଜିଲ୍ଲା ପୁଥେରୀ ନିକଟ ଏକ ରେଲ୍‌ୱେ ଷ୍ଟେସନ ନିକଟରେ ସେ ଆତ୍ମହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ: ଥାନାର ଦ୍ୱାରସ୍ଥ ହେଲେ ‘ବାବା କା ଢାବା’ର ମାଲିକ

ତାଙ୍କ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଥିଲା। ଯେଉଁଥିରେ ସେ ଲେଖିଥିଲେ-ଭଗବାନଙ୍କୁ ଦେଇଥିବା ବଚନ ସେ ପୂରଣ କରିବେ।

ସେ ଭଗବାନଙ୍କୁ ବଚନ ଦେଇଥିଲେ ଯେ, ଯଦି ତାଙ୍କୁ ଚାକିରି ମିଳିବ ତା’ହେଲେ ସେ ଭଗବାନଙ୍କ ଶରଣକୁ ଚାଲିଯିବେ। ସେଥିପାଇଁ ସେ ଆତ୍ମହତ୍ୟା କରୁଥିବା ସୁଇସାଇଡ୍‌ ନୋଟ୍‌ରେ ଳେଖିଛନ୍ତି।

ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

You might also like