ଇଡ୍‌ଲୀ ଦାଦୀଙ୍କ ଦୁଃଖ ସହି ପାରିଲେନି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା

କୋଏମ୍ବାତୁର: ଏଥର ଆଉ କାଠ ଚୁଲାରେ ନୁହେଁ ଏଲ୍‌ପିଜି ସିଲିଣ୍ଡରରେ ଇଡିଲି ତିଆରି କଲେ କମଲା ତାଇ। କୋଏମ୍ବାଟୁର ଚର୍ଚ୍ଚିତ କମଲା ତାଇ ଓରଫ୍ ଇଡଲି ଦାଦୀଙ୍କୁ ଏଲ୍‌ପିଜି ସଂଯୋଗ ମିଳିବା ପରେ ଗ୍ରାହକଙ୍କୁ ଆଜିଠୁ ଗ୍ୟାସ୍ ଚୁଲାରେ ଇଡିଲି ପ୍ରସ୍ତୁତ କରି ଦେଇଛନ୍ତି। କିନ୍ତୁ ସେହି ପୁରୁଣା ଦାମରେ। ମାନେ, ଏକ ଟଙ୍କାରେ ଇଡିଲି ଦେଇଛନ୍ତି କମଲା ତାଇ।

ଶୋସାଲ୍‌ ମିଡିଆରେ ଇଡ୍‌ଲି ଦାଦୀଙ୍କ ଖବର ପ୍ରଚାର ହୋଇଥିଲା। ଏହାପରେ ଟ୍ୱିଟ୍ କରି ନିଜ ମତ ରଖିଥିଲେ ଆନନ୍ଦ ମହିନ୍ଦ୍ରା।

କମଲା ତାଇଙ୍କ ପ୍ରୟାସକୁ ସେ ପ୍ରଂଶସା କରିଥିଲେ। ହେଲେ ସେ କାଠ ଚୁଲିରେ ରୋଷେଇ କରୁଥିବା ନେଇ ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଏଲ୍‌ପିଜି ଯୋଗାଇବେ ବୋଲି ଟ୍ୱିଟ୍ କରିଥିଲେ ମହିନ୍ଦ୍ରା। ଯାହା ପରେ କେନ୍ଦ୍ର ପେଟ୍ରେଲିୟମ୍ ବିଭାଗ ପକ୍ଷରୁ ତାଙ୍କୁ ଗତକାଲି ଏଲ୍‌ପିଜି ସଂଯୋଗ ମିଳିଥିଲା।

You might also like