ଘର ଛାତ କଣା କରି ୨ ଯାଆଁଳା ଶିଶୁକୁ ନେଇ ଗଲେ ମାଙ୍କଡ଼ ପଲ, ଆଉ ତା’ପରେ…

ଯାଆଁଳା ପିଲାଙ୍କୁ ନେଇଗଲା ମାଙ୍କଡ଼

ଚେନ୍ନାଇ: ତାମିଲନାଡ଼ୁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମାତ୍ର ୮ ଦିନର କଅଁଳା ଶିଶୁର ଏମିତି କାରଣ ପାଇଁ ଜୀବନ ଯାଇଛି ଯାହା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଜକାଇ ଆସିବ। ସେହି ୮ ଦିନ ଶିଶୁର ମାଆଙ୍କ କହିବା ଅନୁସାରେ, ମାଙ୍କଡ଼ ଦଳ ଘର ମଧ୍ୟକୁ ପ୍ରବେଶ କରି ୨ ଜାଆଁଳା ପିଲାଙ୍କୁ ଘରୁ ଉଠାଇ ନେଇଛି। ଆଉ ଘଟଣା ଜଣାପଡିବା ପରେ ମାଙ୍କଡ଼ଙ୍କ କବଳରୁ ୨ ପିଲାଙ୍କୁ ରକ୍ଷା କରିବାକୁ ଛାତ ଉପରେ ରେସ୍କ୍ୟୁ ଅପରେସନ କରାଗଲା ସତ। କିନ୍ତୁ ଗୋଟିଏ ପିଲାର ଜୀବନ ଚାଲିଯାଇଥିବା ଜଣାପଡିଛି।

ମାଆ ଭୁବନେଶ୍ୱରୀ ଗତ ୮ ଦିନ ତଳେ ୨ ଶିଶୁଙ୍କୁ ଜନ୍ମ ଦେଇଥିଲେ। ଅକାଳରେ ଗୋଟିଏ ପିଲାର ଜୀବନ ଚାଲିଯାଇଥିବା କାରଣରୁ କାନ୍ଦି କାନ୍ଦି ଭୁବନେଶ୍ୱରୀଙ୍କ ଅବସ୍ଥା ଭଲ ନଥିବା ସୂଚନା ରହିଛି। ତାଙ୍କ କହିବା ଅନୁସାରେ, ଗତକାଲି ସକାଳେ ଘର ଭିତରେ ତାଙ୍କର ୨ ଶିଶୁ ଶୋଇଥିଲେ। କିନ୍ତୁ ଘରର ଟାଇଲ କଣା କରି ହଠାତ୍ ଘର ମଧ୍ୟରେ ପ୍ରବେଶ କରିଥିଲେ ୨ ମାଙ୍କଡ଼। ଆଉ କେହି କିଛି ବୁଝିବା ପୂର୍ବରୁ ହିଁ ୨ ପିଲାଙ୍କୁ ଉଠାଇ ନେଇଥିଲେ ମାଙ୍କଡ଼ ଦଳ।

ସେ ଯେଉଁ ସମୟରେ କାମ କରି ଘର ମଧ୍ୟକୁ ପ୍ରବେଶ କରିଥିଲେ ଠିକ୍ ସେହି ସମୟରେ ଛାତ ଉପରେ ମାଙ୍କଡ଼ ଦଳଙ୍କୁ ଦେଖି ପୂରା ଆଶ୍ଚର୍ଯ୍ୟ ହୋଇଥିଲେ। ଆଉ ଯେତେବେଳେ ଦେଖିଲେ ଯେ, ଘରେ ତାଙ୍କର ପିଲା ନାହିଁ ବୋଲି ସେ ସାହାଯ୍ୟ ଲାଗିପାଟି କରିଥିଲେ। କିନ୍ତୁ ଛାତ ଉପରେ ମାଙ୍କଡ଼ ହାତରେ ନିଜ ପିଲାକୁ ଦେଖି କଣ କରିବେ ଆଉ କଣ କରିବେ ନାହିଁ ତାହା ଚିନ୍ତା ବି କରିପାରୁନଥିଲେ। ଭୁବନେଶ୍ୱରୀଙ୍କ ପାଟି ଶୁଣି ପଡ଼ୋଶୀ ଲୋକ ଧାଇଁ ଆସିଥିଲେ। ସମସ୍ତଙ୍କର ଗୋଟିଏ ଚିନ୍ତାଥିଲା କେମିତି ଉଦ୍ଧାର ହେବେ ୨ କଅଁଳ ଶିଶୁ। ହେଲେ ମାଙ୍କଡ଼ ହାତରୁ କେମିତି ରକ୍ଷା ହେବେ ୨ ଶିଶୁ ତାକୁ ନେଇ ପଡ଼ୋଶୀ ଚିନ୍ତାରେ ବି ଥିଲେ।

ଆଉ କଷ୍ଟେମଷ୍ଟେ ଛାତ ଉପରକୁ ଯାଇ ଦେଖିବା ବେଳକୁ ଗୋଟିଏ ଶିଶୁର ମୃତ୍ୟୁ ହୋଇସାରିଥିଲା। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ୨ ଶିଶୁକୁ ଘରୁ ମାଙ୍କଡ଼ପଲ ଉଠାଇ ନେଇଥିବା ପରେ ବି ବର୍ତ୍ତମାନ ସୁଦ୍ଧା ଆଉ ଗୋଟିଏ ଶିଶୁର କୌଣସି ପତା ମିଳିପାରିନାହିଁ। ଯାହାକୁ ନେଇ ଏବେ ଚିନ୍ତାରେ ଭୁବନେଶ୍ୱରୀ। ଅନ୍ୟ ପିଲାକୁ ମାଙ୍କଡ଼ କୁଆଡ଼େ ଦେଲେ ତାହାକୁ ନେଇ ଏବେ ଚାଲିଛି ଅନୁସନ୍ଧାନ। ପିଲା ଟି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥାଉ ବୋଲି ସମସ୍ତେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି କିନ୍ତୁ କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି।

 

You might also like