ତାମିଲନାଡୁ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା AIADMK

ନୂଆଦିଲ୍ଲୀ: ତାମିଲନାଡୁରେ ରାଜନୈତିକ ପାଣିପାଗ ଏବେ ସରଗରମ ରହିଛି। ଏଠାରେ ନିବାଚନୀ ବିଗୁଲ ବାଜିବା ପରେ କିଏ ହେବ ପ୍ରାର୍ଥୀ ସେ ନେଇ କଳ୍ପନା ଜଳ୍ପନା ଚାଲିଥିଲା। ଏହି କଳ୍ପନା ଉପରେ ପାଣି ପକାଇ ଆଜି କ୍ଷମତାରେ ଥିବା AIADMK ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ଆଗାମୀ ବିଧାନସଭା ନିର୍ବାଚନ ପାଇଁ AIADMK ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ସେ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଇଡାପ୍ପାଡି ପାଲାନିସ୍ୱାମୀ ଏବଂ ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍‌।

ମୁଖ୍ୟମନ୍ତ୍ରୀ ଇଡାପ୍ପାଡି ପାଲାନିସ୍ୱାମୀ ସଲିମ ଜିଲ୍ଲାର ଏଡାପ୍ପାଡି ବିଧାନସଭା ଆସନରୁ ପ୍ରାର୍ଥି ଭାବେ ଛିଡା ହେବ। ସେହିପରି ଉପମୁଖ୍ୟମନ୍ତ୍ରୀ ବୋଦିନାୟାକାନୁର୍‌ ଆସନରୁ ଛିଡ଼ା ହେବେ।

ଅନ୍ୟମାନଙ୍କ ମଧ୍ୟରେ ରୋୟାପୁରମ୍‌ରୁ ଡି. ଜୟକୁର, ଭିଲ୍ଲୁପୁରମ୍‌ରୁ ସିଭି ଶାନମୁଗମ୍‌, ଶ୍ରୀଭଇଗୁଣ୍ଡମରୁ ଏସପି ଶାନମୁଗନାଥନ୍‌ ଏବଂ ନିଲାକୋଟ୍ଟାଇ ବିଧାନସଭା ଆସନରୁ ଏସ୍‌ ଥେନ୍‌ମୋଝି ପ୍ରାର୍ଥୀ ହେବେ।

ସୂଚନାଥାଉ କି, ଆସନ୍ତା ମାର୍ଚ୍ଚରେ ଦେଶର ୪ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବ। ଏଗୁଡ଼ିକ ହେଲା ଆସାମ, କେରଳ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ହେଲା ପୁଡ଼ୁଚେରୀ ଓ ଜାମ୍ମୁ କାଶ୍ମୀର।

You might also like