୨୭ ବର୍ଷୀୟ ଟିଭି ସାମ୍ବାଦିକଙ୍କୁ ହତ୍ୟା

ଚେନ୍ନାଇ: ତାମିଲନାଡୁ କାଞ୍ଚିପୁରମ୍‌ ଜିଲ୍ଲାରେ ଜଣେ ଟିଭି ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଡ୍ରଗ୍ ଡିଲର୍ସଙ୍କ ଏକ ଗ୍ୟାଙ୍ଗ୍‌ ସାମ୍ବାଦିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ହତ୍ୟା ଘଟଣାରେ ପୋଲିସ୍‌ ୪ଜଣଙ୍କୁ ଗିରଫ କରିଛି।

ରବିବାର ସନ୍ଧ୍ୟାରେ ଅଭିଯୁକ୍ତମାନେ ୨୭ ବର୍ଷୀୟ ଇସ୍ରାଭେଲ୍‌ ମୋସେସ୍‌ଙ୍କୁ ଘରୁ ଡାକି ନେଇଥିଲେ। ହଠାତ୍‌ ତାଙ୍କୁ ଘରୁ ଡାକି ନେଇଯିବାରୁ ପରିବାର ଲୋକ ଭାବିଥିଲେ ଯେ, ସେମାନେ ତାଙ୍କ ସାଙ୍ଗ ବୋଲି। ହେଲେ ପରେ ଜଣାପଡ଼ିଥିଲା ଯେ, ସେମାନେ ତାଙ୍କୁ ହତ୍ୟା କରିଛନ୍ତି।

ଅଭିଯୁକ୍ତମାନେ ଏକ ଲୋକାଲ୍‌ ଲେକ୍‌ରେ ବେଆଇନ୍‌ ଜମି ବିକ୍ରି ଓ ଡ୍ରଗ୍ସ ବିକ୍ରି କରୁଥିବା ଗ୍ୟାଙ୍ଗ୍‌ର ବୋଲି ପୋଲିସ୍‌ କହିଛି।

You might also like