ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଚେନ୍ନାଇ: ଦେଶରେ କରୋନା ଭାଇରସ୍‌ ନିୟନ୍ତ୍ରଣ ହୋଇପାରି ନାହିଁ। ବରଂ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି।

ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲକ୍‌ଡାଉନ୍‌ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୩୧ ଯାଏ ଲକ୍‌ଡାଉନ୍‌ ବୃଦ୍ଧି ନେଇ ତାମିଲନାଡୁ ସରକାର ଘୋଷଣା କରିଛନ୍ତି। ଯଦିଓ ତାମିଲନାଡୁରେ ଲକ୍‌ଡାଉନ୍‌ ବୃଦ୍ଧି ନେଇ ଘୋଷଣା ହୋଇଛି, ହେଲେ କିଛି କଟକଣାକୁ କୋହଳ କରାଯିବା ସହ SOPs (standard operating procedures) ମଧ୍ୟ ଜାରି ହୋଇଛି।

  • ସାପ୍ତାହିକ ଗ୍ରାମୀଣ ଲୋକାଲ୍‌ ମାର୍କେଟ୍ ଓ ସରକାରୀ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ପୁଣିଥରେ ଖୋଲିବା ପାଇଁ ନିଷ୍ପତ୍ତି।
  • ଫିଲ୍ମ/ଶୁଟିଂ ସେଟ୍‌ର‌ କ୍ରିୟୁ ମେମ୍ବରଙ୍କ ସଂଖ୍ୟା ୭୫ରୁ ୧୦୦କୁ ବୃଦ୍ଧି। ହେଲେ ସେଟ୍‌କୁ ଦର୍ଶକମାନେ ଯିବାକୁ ଅନୁମତି ମିଳିବ ନାହିଁ।
  • ଅନ୍ୟ ସ୍ଥାନରୁ ଆସୁଥିବା ୧୦୦ଟି ବିମାନକୁ ଚେନ୍ନାଇ ଏୟାରପୋର୍ଟରେ ଲ୍ୟାଣ୍ଡିଂ ପାଇଁ ଅନୁମତି। ପୂର୍ବରୁ ୫୦ଟି ବିମାନକୁ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିଥିଲା।
  • ସ୍କୁଲ୍‌, କଲେଜ, ଥିଏଟର୍‌, ସବ୍‌-ଅର୍ବାନ୍‌ ଟ୍ରେନ୍‌ ଓ ମନୋରଞ୍ଜନ ଉଦ୍ୟାନ/ପାର୍କ ବନ୍ଦ ରହିବ।
  • ସର୍ବସାଧାରଣ ସ୍ଥାନରେ ଫେସ୍‌ ମାସ୍କ, ସୋସିଆଲ୍‌ ଡିଷ୍ଟାସିଂ ଓ ଥର୍ମାଲ୍‌ ସ୍କାନ୍‌ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି।

ଦେଶରେ କରୋନାରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ତୃତୀୟ ସ୍ଥାନରେ ତାମିଲନାଡୁ ରହିଛି। ମଙ୍ଗଳବାର ଦିନ ତାମିଲନାଡୁରେ ୫,୫୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ତାମିଲନାଡୁରେ କରୋନା ମୃତ୍ୟୁ ସଂଖ୍ୟା ୧୦ ହଜାର ମୁହାଁ ହେଉଛି।

ଆହୁରି ପଢ଼ନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ରାଜ୍ୟରେ ୨୪ ଘଣ୍ଟାରେ ୧୧  କରୋନା ରୋଗୀଙ୍କ ମୃତ୍ୟୁ

ଖୋର୍ଦ୍ଧାରେ କମୁଛି କରୋନା ସଂକ୍ରମଣ‌, ଦିନକରେ ଚିହ୍ନଟ ହେଲେ ୨୦୦ରୁ କମ୍ ଆକ୍ରାନ୍ତ

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ସୁସ୍ଥ ହେଲେ ୧୯୦୮ କରୋନା ଆକ୍ରାନ୍ତ

ରାଜ୍ୟରେ ୧୩  କରୋନା ରୋଗୀଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧,୬୧୭ ପଜିଟିଭ୍‌ ଚିହ୍ନଟ

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

You might also like