ଥାନାରୁ ଫେରି ରକ୍ତବାନ୍ତି କରିଥିଲେ, ଡାକ୍ତରଖାନା ନେଇଯିବାରୁ ଧରାପଡ଼ିଲା ପୁଲିସର ବର୍ବରତା

ଚେନ୍ନାଇ: ଜମି ବିବାଦ ବିଷୟରେ ପଚରାଉଚରା କରିବା ପାଇଁ ଥାନାକୁ ଡାକିଥିଲା ପୁଲିସ। ଥାନାରୁ ଫେରିବା ପରେ କାହା ସହ କଥା କହିପାରୁ ନଥିଲେ କୁମାରସେନ। କିନ୍ତୁ ହଠାତ୍‌ ସେ ରକ୍ତବାନ୍ତି କଲେ। ତାପରେ ତାଙ୍କୁ ଡାକ୍ତରଖାନା ନିଆଗଲା। ସେଠାରେ ଡାକ୍ତର ପଚାରିବାରୁ ସେ ଯାହା କହିଲେ, ତାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରିବାର ଲୋକେ। ଶେଷରେ ଡାକ୍ତରଖାନାରେ ଆଡ୍‌ମିଶନ ହେବାର ୧୫ ଦିନ ପରେ କୁମାରେସେନଙ୍କର ମୃତ୍ୟୁ ହୋଇଛି।

ଘଟଣା ଥିଲା ଏମିତି…

ତାମିଲନାଡୁର ଅଟୋ ଡ୍ରାଇବର୍‌ ଏନ୍‌ କୁମାରସେନଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ପୁଲିସ୍‌ ଏକ ଜମି ବିବାଦରେ ପଚରାଉଚରା କରିବା ପାଇଁ କୁମାରସେନଙ୍କୁ ଥାନାକୁ ଡାକିଥିଲା। ଗୋଟିଏ ଦିନ ପଚରାଉଚରା ପରେ ଘରକୁ ଫେରିଥିଲେ କୁମାର ସେନା। ସେ କଥା କହି ପାରୁନଥିଲେ। ପରେ ସେ ହଠାତ୍ ରକ୍ତବାନ୍ତି କରିବାରୁ ତାଙ୍କୁ ନିକଟସ୍ଥ ସୁରନ୍ଦାଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଥିରୁନେଲଭେଲି ସରକାରୀ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଥିଲା। ସେଠାରେ ଡାକ୍ତର ତାଙ୍କର କିଡ୍‌ନୀ ଓ ସ୍ପ୍ଲିନ୍(ସଂଚାଳନ କ୍ରିୟା ପାଇଁ ପାକସ୍ତଳି ଉପରେ ଆଚ୍ଛାଦିତ ହୋଇ ରହିଥିବା ଅଙ୍ଗ)ରେ ଗଭୀର ଭାବରେ ଆଘାତ ହୋଇଥିବା ଜାଣିବାକୁ ପାଇଥିଲେ।

ଏ ସମ୍ପର୍କରେ କୁମାରେସେନଙ୍କୁ ପଚାରିବାରୁ ପୁଲିସ୍‌ ତାଙ୍କୁ ଥାନାକୁ ଡାକି ନୃଶଂସ ଅତ୍ୟାଚାର କରିଥିବା ସେ କହିଥିଲେ। ଏଥିସହିତ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ ପୁଲିସ ଧମକାଇଥିଲା। କହିଲେ ବାପାଙ୍କୁ କ୍ଷତି ପହଞ୍ଚାଇବାକୁ ପୁଲିସ୍ ଧମକ ଦେଇଥିଲା ବୋଲି ମୃତ୍ୟୁ ପୂର୍ବରୁ କହିଥିଲେ କୁମାରସେନ।

କୁମାରେସେନଙ୍କର ମୃତ୍ୟୁ ପରେ ଗତକାଲି ସନ୍ଧ୍ୟାରେ ତାଙ୍କ ସମ୍ପର୍କୀୟମାନେ ନ୍ୟାୟ ଦାବି କରି ପ୍ରତିବାଦ କରିଥିଲେ। ଏହି ଘଟଣାରେ ଦୁଇ ପୁଲିସ କର୍ମୀ ଯଥା ସବ-ଇନସ୍ପେକ୍ଟର ଚନ୍ଦ୍ରଶେଖର ଏବଂ କନଷ୍ଟେବଲ୍ କୁମାରଙ୍କ ନାଁରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଆପିସି ଧାରା ୧୭୪(୩) ଲାଗିଛି।

 

 

 

ଆହୁରି ପଢ଼ନ୍ତୁ

You might also like