ପାକ୍ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ

ଜାତିସଂଘରେ ପାକିସ୍ତାନକୁ କଡ଼ା ସମାଲୋଚନା

ନୂଆଦିଲ୍ଲୀ : ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ପାକିସ୍ତାନର ଅନ୍ତର୍ଘାତୀ କାର୍ଯ୍ୟ ପାଇଁ ଭାରତ-ପାକ୍ ମଧ୍ୟରେ କଥାବାର୍ତ୍ତା ଅାଗକୁ ବଢିପାରୁନି। ପାକିସ୍ତାନର ବ୍ୟବହାରରେ ପରିବର୍ତ୍ତନ ହେଉନଥିବାରୁ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଅାଗକୁ ବଢି ପାରୁନଥିବା କହିଛନ୍ତି ସୁଷମା।

ଅାମ ପଡୋଶୀ ଦେଶ ପାକିସ୍ତାନ ଅାତଙ୍କବାଦକୁ ବନ୍ଦ କରିବା ବଦଳରେ ଅାତଙ୍କବାଦୀଙ୍କୁ ତାଙ୍କ ଭୂମିରେ ତାଲିମ ଦେଉଛି। ଅାତଙ୍କବାଦୀଙ୍କ ପାଇଁ ପାକିସ୍ତାନ ହୋଇଛି ସ୍ୱର୍ଗ। ଜଳବାୟୁ ପରିବର୍ତ୍ତନ ସହ ଅାତଙ୍କବାଦ ବର୍ତ୍ତମାନ ବିଶ୍ୱ ପାଇଁ ସବୁଠି ଅଧିକ ବିପଦ ସାବ୍ୟସ୍ତ ହୋଇଛି।

ଏଥିସହ ଇଣ୍ଡୋନେସିଅାରେ ଭୂମିକମ୍ପର ତାଣ୍ଡବ ନେଇ ମତ ରଖିଛନ୍ତି ସୁଷମା। ଇଣ୍ଡୋନେସିଅାର ଏଭଳି ଅସମୟରେ ଭାରତ ସହାୟତାର ହାତ ବଢାଇବା ନେଇ କହିଛନ୍ତି ବୈଦେଶିକ ମନ୍ତ୍ରୀ। ଏଥିସହ ଅର୍ଥନୀତି ଓ ସମାଜ ସଂସ୍କାର କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ପଦକ୍ଷେପ ନେଇ ଜାତିସଂଘର ମତ ରଖିଛନ୍ତି।

ବିଶ୍ୱର ସର୍ବ ବୃହତ୍ତ ହେଲଥ ଇନସ୍ୟୁରାନ୍ସ ପ୍ରୋଗ୍ରାମ ମୋଦି ଅାରମ୍ଭ କରିଥିବା କହିଛନ୍ତି ସୁଷମା। କ୍ଲିନ ଇଣ୍ଡିଅା, ହେଲଥି ଇଣ୍ଡିଅା ଅାଦି ପ୍ରସଙ୍ଗ ବି ଉଠାଇଛନ୍ତି।

You might also like