ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଭାରତର ନୁହେଁ, ପ୍ରାଚୀନ ପାକିସ୍ତାନର !
ଇସଲାମବାଦ: ଭାରତ ବିରୋଧରେ ମିଛ ଖବର ପ୍ରଚାର କରିବାରେ ମାହିର ପାକିସ୍ତାନ ପୁଣି ଏକ ମିଛ କହିଛି। ଏଥର ଭାରତର ଇତିହାସକୁ ନେଇ ମିଥ୍ୟା ଖବର ପ୍ରଚାର କରିଛି। ଭିଏତନାମରେ ଥିବା ପାକିସ୍ତାନ ରାଜଦୂତ କମର ଅବ୍ବାସ ଖୋଖର ଦାବି କରିଛନ୍ତି, ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଭାରତର ନୁହେଁ। ଏହା ପ୍ରାଚୀନ ପାକିସ୍ତାନର ଏକ ଅଂଶ। ସେତିକି ନୁହେଁ, ଖୋଖର ଟ୍ୱିଟ କରି ଦାବି କରିଛନ୍ତି, ତକ୍ଷଶିଳା ବିଶ୍ୱବିଦ୍ୟାଳୟ ପାକିସ୍ତାନରେ ଥିଲା ଏବଂ ଚାଣକ୍ୟ, ପାଣିନୀଙ୍କ ପରି ବିଦ୍ୱାନ ମଧ୍ୟ ପାକିସ୍ତାନର ସନ୍ତନ ଅଟନ୍ତି। ତେବେ ଖୋଖରଙ୍କ ଏହି ଟ୍ୱିଟକୁ ୟଜର୍ସ ଅସ୍ୱୀକାର କରିବା ସହ ଖୁବ୍ ଟ୍ରୋଲ କରିଛନ୍ତି।
ଖୋଖର ତକ୍ଷଶିଳା ବିଶ୍ୱବିଦ୍ୟାଳୟର ଏକ ଫଟୋ ଟ୍ୱିଟ କରି କହିଛନ୍ତି, ‘ ବିମାନରୁ ନିଆଯାଇଥିବା ଏହା ତକ୍ଷଶିଳା ବିଶ୍ୱବିଦ୍ୟାଳୟର ଫଟୋ। ଏହି ବିଶ୍ୱବିଦ୍ୟାଳୟ ୨୭୦୦ ବର୍ଷ ପୂର୍ବେ ଇସ୍ଲାମବାଦ୍ ନିକଟରେ ଥିଲା। ଏହି ବିଶ୍ୱବିଦ୍ୟାଳୟରେ ପୃଥିବୀର ୧୬ ଦେଶରୁ ଆସିଥିବା ଛାତ୍ର ୬୪ଟି ବିଭିନ୍ନ ବିଷୟରେ ଅଧ୍ୟୟନ କରୁଥିଲେ। ଏମାନଙ୍କ ପାଣିନୀଙ୍କ ପରି ବିଦ୍ୱାନମାନେ ଶିକ୍ଷାଦାନ କରୁଥିଲେ।
An aerial, reconstructed view of Taxila (Takshashila) University, which existed in ancient #Pakistan 🇵🇰 2700 years ago near today’s #Islamabad. Over 10,500 students from 16 countries studied 64 different disciplines of higher studies taught by scholars like Panini.
📸 @hannan021 pic.twitter.com/xRC5mdkb6g— Qamar Abbas Khokhar (@mqakhokhar) December 13, 2020
ଖୋଖରଙ୍କ ଏପରି ଟୁଇଟ ଦେଖିବା ପରେ ୟୁଜର୍ସ ସୋଶାଲ ମିଡିଆରେ ଖୁବ୍ ଟ୍ରୋଲ କରିଛନ୍ତି। ୟୁଜର୍ସ କହିଛନ୍ତି ୧୪-୧୫ ଅଗଷ୍ଟ ୧୯୪୭ ପୂର୍ବରୁ ପାକିସ୍ତାନ ନ ଥିଲା। ତେବେ ତାର ଇତିହାସର ପ୍ରଶ୍ନ ହିଁ ଉଠୁନି। ଅନ୍ୟ ୟୁଜର୍ସମାନେ କହିଛନ୍ତି, ଚାଣକ୍ୟ ଭାରତୀୟ ଉପଦ୍ୱୀପର ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମନ୍ତ୍ରୀ ଥିଲେ। ତାଙ୍କ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ର ଥିଲା ଯାହା ଭାରତର ବିହାରରେ ରହିଛି।
Dear neighbours! Here are some more details about ancient #Pakistan 🇵🇰. pic.twitter.com/83mXsgVcre
— Qamar Abbas Khokhar (@mqakhokhar) December 13, 2020
ଖୋଖର ଟ୍ରୋଲ ହେବା ପରେ ବି ଏକ ଟ୍ୱିଟ କରି କହିଛନ୍ତି ପ୍ରଥମ ଭାଷାବିତ୍ ପାଣୀନିଳ ଏବଂ ପୃଥିବୀରେ ବହୁ ଚର୍ଚ୍ଚିତ ରାଜନୈତିକ ଦାର୍ଶନିକ ଚାଣକ୍ୟ ପ୍ରାଚୀନ ପାକିସ୍ତାନର ସନ୍ତାନ। ଏଠି କହିରଖିବୁ, ପାକିସ୍ତାନ ତା’ର ପାଠ୍ୟପୁସ୍ତକରେ ମଧ୍ୟ ଏପରି ମିଛ ତଥ୍ୟକୁ ସାମିଲ କରି ଭୁଲ ଇତିହାସ ପଢାଉଛି। ସେହିପରି ଭାରତୀୟ ଇତିହାସର ପୁସ୍ତକକୁ ହିନ୍ଦୁଙ୍କ ଇତିହାସ କହି ପଢାଉଛି।
ଛାତ୍ରଙ୍କୁ କୁହାଯାଉଛି, ହିନ୍ଦୁ-ମୁସ୍ଲମାନ ମୂଳ ବିଶ୍ୱାସରେ ବିରୋଧାଭାସ ଥିବାରୁ ଭାରତ-ପାକ୍ ଦୁଇଭାଗ ହୋଇଥିଲା। ପାକିସ୍ତାନରେ ନିୟମିତ ଭାବେ ସ୍କୁଲ ବହି ଶାସକ ବର୍ଗଙ୍କୁ ଖୁସି କରାଇବା ପାଇଁ ଲେଖାଯାଉଛି।