୨ ମାସ ପର୍ଯ୍ୟନ୍ତ କୋମାରେ ଥିଲେ, ଚିକେନ୍‌ ନାଁ ଶୁଣି ଆଖି ଖୋଲିଦେଲେ

ତାଇପେଇ: ସାଧାରଣତଃ ନିଜ ପସନ୍ଦର ଖାଦ୍ୟ ନାଁ ଶୁଣିଲେ ପାଟିରୁ ଲାଲ ବାହାରି ଆସିଥାଏ। ଆଉ ସେଇ ସମୟରେ ହିଁ ସେଇ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ହେଲେ ଯଦି କୁହାଯିବ ଯେ, ନିଜ ପସନ୍ଦର ଖାଦ୍ୟ ନାଁ ଶୁଣି କେହି କୋମାରୁ ଚାଲି ଆସିବା, ହୁଏତ ଏହାକୁ କେହି ବିଶ୍ୱାସ କରିବେ ନାହିଁ। ହେଲେ ଏମିତି କିଛି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଘଟିଛି ତାଇୱାନ୍‌ରେ।

୧୮ ବର୍ଷୀୟ ଯୁବକ ଚିୟୁ ୬୨ ଦିନ ହେବ କୋମାରେ ଥିଲେ। ହେଲେ ଯେତେବେଳେ ସେ ଚିକେନ୍‌ ନାଁ ଶୁଣିଲେ ତାଙ୍କର ହୋସ୍‌ ଆସି ଯାଇଥିଲା। ପରିବାର ଲୋକ ମଧ୍ୟ ଏହା ଦେଖି ପୂରାପୂରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସୂଚନା ଅନୁସାରେ, ତାଇୱାନ୍‌ରେ ରହୁଥିବା ଚିୟୁ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ତାଇୱାନ୍‌ ନ୍ୟୁଜ୍‌ ରିପୋର୍ଟ ଅନୁସାରେ, ଗୁରୁତର ଚିୟୁଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ମଧ୍ୟ କରାଯାଇଥିଲା। ହେଲେ ସେ କୋମାକୁ ଚାଲି ଯାଇଥିଲେ। ୨ ମାସ ପର୍ଯ୍ୟରେ ସେ କୋମାରେ ଥିଲେ।

ପୁଅ କୋମାକୁ ଚାଲି ଯିବା ଦୁଃଖରେ ପରିବାର ଲୋକ ଦିନରାତି ପୁଅର ହୋସ୍‌ ଫେରି ଆସିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। ହେଲେ ଗୋଟିଏ ଦିନ ଚିୟୁଙ୍କ ବଡ଼ ଭାଇ ତାଙ୍କୁ ଭେଟିବା ପାଇଁ ହସ୍ପିଟାଲ୍‌ ଆସିଥିଲେ। ଏହି ସମୟରେ ସେ ମଜାରେ କହିଥିଲେ, ‘ଭାଇ ମୁଁ ଆପଣଙ୍କର ପ୍ରିୟ ଖାଦ୍ୟ ଚିକେନ୍‌ ଫିଲେଟ୍‌ ଖାଇବାକୁ ଯାଉଛି। ଏହା ଶୁଣିବା ପରେ ଚିୟୁଙ୍କ ପଲ୍ସ ରେଟ୍‌ ବଢ଼ି ଯାଇଥିଲା ଓ କିଛି ସମୟ ପରେ ତାଙ୍କର ହୋସ୍‌ ଆସି ଯାଇଥିଲା।

You might also like