ଭାରତୀୟ ମିଡିଆକୁ ଧମକ ଦେଲା ଚୀନ, ମୁହଁତୋଡ ଜବାବ ଦେଲା ତାଇୱାନ

ନୂଆଦିଲ୍ଲୀ: ଚୀନ ଲଗାତାର କେବଳ ଭାରତ ପ୍ରତି ନୁହେଁ, ହଙ୍ଗକଙ୍ଗ ଏବଂ ତାଇବାନ ପ୍ରତି ମଧ୍ୟ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରୁଛି। ଏଇ କ୍ରମରେ ଚୀନ୍‌ର ସରକାରୀ ମିଡିଆ ଭାରତକୁ ‘ତାଇୱାନ ନାଶନାଲ ଡେ’ ରେ ତାକୁ ସ୍ୱତନ୍ତ୍ର ରାଷ୍ଟ୍ର ପରି ସମ୍ମାନ ନ ଦେବାକୁ ଚେତାବନୀ ଦେଇଛି।

ଅକ୍ଟୋବର ୧୦ ତାରିଖ ପଡ଼ୁଛି ତାଇୱାନର ନାଶନାଲ ଡେ’ । ତେଣୁ ଚୀନ ଚାହୁଁଛି, ଭାରତ ତାଇବାନ ସହ ସ୍ୱତନ୍ତ୍ର ଦେଶ ପରି ବ୍ୟବହାର ନ କରୁ। ତେବେ ତାଇବାନ ଚୀନକୁ ଏହାର କଡ଼ା ଜବାବ ଦେଇଛି।

ତାଇବାନ ବିଦେଶ ମନ୍ତ୍ରାଳୟ ଏକ ଟ୍ୱିଟ କରି ଚୀନ ମିଡିଆ ଏବଂ ଜିନ୍‌ପିଙ୍ଗ ସରକାରକୁ ମୁହଁତୋଡ ଜବାବ ଦେଇ କହିଛି, ‘ଭାରତ ବିଶ୍ୱର ସବୁଠାରୁ ବଡ଼ ଲୋକତନ୍ତ୍ର ଅଟେ। ଏହାର ପ୍ରେସ ଭାଇବ୍ରାଣ୍ଟ ଓ ଲୋକ ସ୍ୱାଧୀନତା ପସନ୍ଦ କରନ୍ତି। ଲାଗୁଛି, କମ୍ୟୁନିଷ୍ଟ ଚୀନ ଯେମିତି ଏହି ସବୁ କଣ୍ଟିନେଣ୍ଟ ଉପରେ ମଧ୍ୟ ସେନ୍ସରସିପ ଲଗାଇବାକୁ ଚାହୁଁଛି। ତେବେ ତାଇୱାନର ଭାରତୀୟ ବନ୍ଧୁମାନଙ୍କର ଗୋଟିଏ ଉତ୍ତର ରହିବ-ଭାଡ୍‌ ମେ ଯାଓ।’

ଏଠାରେ କହି ରଖିବୁ, ଚୀନ ସରକାର ଯେତେ ଶାନ୍ତିର କଥା କହୁ ନା କାହିଁକି, ଚୀନର ଷ୍ଟେଟ ମିଡିଆ ନିୟମିତ ଧମକ ଦେଇ ଆସୁଛି। ସୀମା ବିବାଦକୁ ନେଇ ଜିନପିଙ୍ଗ ଭାରତ ସହ ଶାନ୍ତିର କଥା କହି ଆସୁଛନ୍ତି। ଅନ୍ୟପକ୍ଷେ ଏହି ମାମଲାରେ ଚୀନ ସରକାରୀ ମିଡିଆ ଧମକ ଦେବା ସହ ଯୁଦ୍ଧ ଚେତାବନୀ ଦେଉଛି।

ଏଠି କହିରଖିବୁ, ଦିଲ୍ଲୀ ସ୍ଥିତ ଚୀନର ମିଶନ ଭାରତୀୟ ମିଡିଆକୁ ଏକ ଚିଠି ଦେଇ କହିଛି, ଆମ ମିଡିଆର ବନ୍ଧୁ, ଆପଣଙ୍କୁ ମନେ ପକେଇ ଦେବାକୁ ଚାହୁଁଛୁ ଯେ ଦୁନିଆରେ କେବଳ ଗୋଟିଏ ଚୀନ ଅଛି। କେବଳ ପିପୁଲ୍ସ ରିପବ୍ଲିକ ଅଫ ଚୀନର ସରକାର ପୁରା ଦୁନିଆରେ ଚୀନର ପ୍ରତିନିଧିତ୍ୱ କରୁଛି। ତାଇୱାନକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ବିଚାର କରା ନ ଯାଉ। ସାଇ ଇଙ୍ଗ ବେନ୍‌ଙ୍କୁ ତାଇବାନର ରାଷ୍ଟ୍ରପତି କୁହା ନ ଯାଉ। ଏହାଦ୍ୱାରା ସାଧାରଣ ଲୋକଙ୍କ ପାଖରେ ଭୁଲ ଖବର ପହଞ୍ଚିବ।

ଚିଠିରେ ଆହୁରି ଲେଖିଛି, ‘ତାଇୱାନ ଚୀନର ଅବିଚ୍ଛିନ୍ନ ଅଙ୍ଗ ଅଟେ। ଚୀନ ସହ କୂଟନୀତିକ ସମ୍ପର୍କ ରଖୁଥିବା ରାଷ୍ଟ୍ରକୁ ୱାନ୍‌ ଚୀନ ପଲିସିକୁ ସମ୍ପୂର୍ଣ୍ଣ ଭାବେ ମାନିବାକୁ ପଡ଼ିବ। ଭାରତ ସରକାର ମଧ୍ୟ ଏହାକୁ ମାନୁଛନ୍ତି। ଭାରତୀୟ ମିଡିଆ ମଧ୍ୟ ଭାରତ ସରକାରଙ୍କ ପରି ୱାନ୍‌ ଚୀନ ପଲିସିକୁ ମାନିବା ଦରକାର। ମିଡିଆ ଚୀନର ଏହି ପଲିସିକୁ ଉଲ୍ଲଘଂନ ଯେପରି ନ କରେ। ’

ସୂଚନା ଥାଉ କି, ଭାରତ-ଚୀନ ବିବାଦ ପରେ ଭାରତ ସରକାର ଆନ୍ତର୍ଜାତିକ ସ୍ତରରେ ହଂଗ୍‌କଙ୍ଗ ଏବଂ ତାଇବାନରେ ମାନବାଧିକାର ଉଲ୍ଲଘଂନ ପ୍ରସଙ୍ଗ ଉଠାଇବା ଆରମ୍ଭ କରିଛି। ଏହି କ୍ରମରେ ତାଇୱାନର ନାଶନାଲ ଡେ’ ରେ କିଛି ଭାରତୀୟ ମିଡିଆ ସଂସ୍ଥା ଏହାର କଭରେଜ କରିବା ପାଇଁ ଘୋଷଣା କରିଛନ୍ତି। କେତେକ ଭାରତୀୟ ନ୍ୟୁଜ ଚାନେଲରେ ମଧ୍ୟ ଏ ସମ୍ପର୍କିତ କାର୍ଯ୍ୟକ୍ରମର ପ୍ରସାରଣ ସମ୍ଭାବନା ରହିଛି। ଏପରିକି ତାଇୱାନ ଜାତୀୟ ଦିବସ ପୂର୍ବରୁ ଦିଲ୍ଲୀର ଦୁଇଟି ବଡ ଖବରକାଗଜରେ ଏ ସମ୍ପର୍କିତ ଏକ ପୂର୍ଣ୍ଣ ପୃଷ୍ଠାର ବିଜ୍ଞାପନ ପ୍ରକାଶ ପାଇଥିଲା। ଏହାକୁ ଦେଖି ଚୀନ ଏପରି ବିଳିବିଳଉଥିବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

You might also like