ସ୍ୱାଧୀନତା ଦିବସରେ କୋଭିଡ ଯୋଦ୍ଧା ଓ କୃଷକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭୪ତମ ସ୍ୱାଧୀନତା ଦିବସ ଅବସରରେ ଲାଲ୍‌କିଲ୍ଲାରେ ସପ୍ତମ ଥର ପାଇଁ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ।  ଏଥର କରୋନା କଟକଣା ଭିତରେ ସାରା ଦେଶରେ ପାଳିତ ହେଉଛି ସ୍ୱାଧୀନତା ଦିବସ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଥମେ ବୀର ସହିଦଙ୍କୁ ସମ୍ମାନ ଜଣାଇଥିଲେ ।କରୋନା ପାଇଁ ଉତ୍ସବକୁ ଛୋଟ ଛୋଟ ପିଲା ଆସିପାରି ନ ଥିବାରୁ ଅନୁଶୋଚନା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ। ଏଥିସହିତ କରୋନା ମୁକାବିଲା ପାଇଁ ଲଢ଼େଇ କରୁଥିବା କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି। ଆଗକୁ ବଢ଼ିବା ପାଇଁ ଆଜିର ଦିନରେ ସଂକଳ୍ପ ନେବାକୁ ପଡ଼ିବ ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ କହିଥିଲେ, ବିବିଧତା ମଧ୍ୟରେ ଏକତା ହେଉଛି ଆମର ସଂସ୍କୃତି।  ଆମକୁ ଆତ୍ମନିର୍ଭର ଭାରତ ନିର୍ମାଣ କରିବାକୁ ପଡ଼ିବ । ଗୋଟିଏ ପରିବାର ପାଇଁ ଯାହା ଦରକାର ତାହା ଦେଶ ପାଇଁ ଦରକାର, ଦେଶର ପ୍ରତିଭା ଉପରେ ମୋର ଗଭୀର ଆତ୍ମବିଶ୍ୱାସ ରହିଛି 

ଉଦ୍ୟୋଗ ଜଗତ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ଅବସରରେ କୃଷକଙ୍କୁ ପ୍ରଶଂସା କରିଛନ୍ତି। ଦେଶବାସୀଙ୍କ ପେଟ ଭରିବା ପାଇଁ କୃଷକଙ୍କ ଭୂମିକା ଅତୁଳନୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ବିସ୍ତାରବାଦୀଙ୍କୁ ଆଗକୁ ବଢ଼ିବାକୁ ଦିଆଯିବ ନାହିଁ । ଯିଏ ବି ଏପରି ଆସ୍ଫାଳନ କରିବ ତାହାର କଡ଼ା ଜବାବ ଦିଆଯିବ ବୋଲି ସମ୍ବୋଧନ କରିବା ଅବସରରେ କହିଛନ୍ତି ମୋଦି ।

ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନ ଘୋଷଣା ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନ ଦେଶରେ ନୂଆ କ୍ରାନ୍ତି ଆଣିବ । ପ୍ରତି ଭାରତୀୟଙ୍କୁ ଯୋଗାଇ ଦିଆଯିବ ହେଲ୍‌ଥ ଆଇଡି। ସମସ୍ତେ ନିଜର ସ୍ୱାସ୍ଥ୍ୟ ସଂପର୍କିତ ସବୁ ତଥ୍ୟ ହେଲ୍‌ଥ ଆଇଡିରୁ ପାଇବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

କାଶ୍ମୀର ପ୍ରସଙ୍ଗକୁ ଆସି ପ୍ରଧାନମନ୍ତ୍ରୀ କହିଥିଲେ,  ଜାମ୍ମୁ-କାଶ୍ମୀର ପୁନର୍ଗଠନ ପ୍ରକ୍ରିୟାକୁ ବର୍ଷେ ପୁରଣ ହୋଇଛି, ଜାମ୍ମୁ-କାଶ୍ମୀରରେ ଅଟକି ଯାଇଥିବା ବିକାଶ ସମ୍ଭବ ହୋଇଛି, ଜାମ୍ମୁ-କାଶ୍ମୀରରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଛି। 

You might also like