ଆଜିଠାରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଶୁଭାରମ୍ଭ

ନୁଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସ୍ୱଚ୍ଛତା ଅଭିଯାନରେ ସାମିଲ ଥିବା ବ୍ୟକ୍ତି ବିଶେଷଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟରେ ଆଲୋଚନା କରିଛନ୍ତି।

ଦେଶର ୧୮ଟି ଭିନ୍ନ  ଭିନ୍ନ  ସ୍ଥାନରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏବଂ ସଂସ୍ଥାମାନଙ୍କ ସହ ମୋଦି ଆଲୋଚନା କରିଛନ୍ତି। ଅଭିନେତା ଅମିତାଭ୍ ବଚ୍ଚନ, ଶିଳ୍ପପତି ରତନ ଟାଟାଙ୍କ ଭଳି ବ୍ୟକ୍ତି ବିଶେଷ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗଣମାଧ୍ୟମ, ଅର୍ଦ୍ଧ ସାମରିକ ବାହିନୀ ଏବଂ ଅନ୍ୟାନ୍ୟ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ସହ ମୋଦି ଆଲୋଚନା କରିଛନ୍ତି।

ସ୍ୱଚ୍ଛ ଭାରତ ଅଭିଯାନର ଏହା ହେଉଛି ଦ୍ୱିତୀୟ ଭାଗ। ୨ ଅକ୍ଟୋବର ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଦେଶ ସ୍ୱଚ୍ଛ ହେଲେ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ସାକାର ହେବ ବୋଲି ମୋଦି ଏହି ଅବସରରେ  କହିଛନ୍ତି।

You might also like