ଲଣ୍ଡନରେ ଭାରତୀୟ ପରିବାରର ସନ୍ଦେହଜନକ ମୃତ୍ୟୁ

ଲଣ୍ଡନ: ଗତ ମଙ୍ଗଳବାର ଲଣ୍ଡନରେ ଭାରତୀୟ ପରିବାରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏହି ପରିବାର ଲଣ୍ଡନର ବ୍ରେଣ୍ଟଫୋର୍ଡ ଅଞ୍ଚଳରେ ରହୁଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନଥିବା ବେଳେ ମୃତକମାନଙ୍କ ପରିଚୟ ମିଳିଛି।

ଏମାନେ ହେଲେ, ସ୍ୱାମୀ କୁହା ରାଜ୍ ସିଥାମ୍ପରାନାଥନ(୪୨), ତାଙ୍କ ପତ୍ନୀ କାମେଶ୍ୱରୀ ଶିବରାଜ(୩୬) ଏବଂ ତାଙ୍କର ୩ ବର୍ଷର ପୁଅ କୈଳାଶ କୁହା ରାଜ୍‌। ଏମାନେ ସମସ୍ତେ ଭାରତୀୟ ନାଗରିକ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଗତ ସେପ୍ଟେମ୍ୱର ୨୧ ତାରିଖରେ ସେମାନେ ମାଆ, ପୁଅଙ୍କୁ ଦେଖିଥିଲେ। ଏହାପରେ ହଠାତ୍‌ ସେମାନଙ୍କର କୌଣସି ପତ୍ତା ନ ମିଳିବାରୁ କିଛିଦିନ ହେବ ତାଙ୍କ ସମ୍ପର୍କୀୟ ସେମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ତାହା ସମ୍ଭବ ହୋଇନଥିଲା। ଏନେଇ ସେ ସ୍ଥାନୀୟ ପୋଲିସ୍‌କୁ ଜଣାଇଥିଲେ।

ପୋଲିସ୍ ମଧ୍ୟ ଉକ୍ତ ପରିବାରକୁ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ସୋମବାର ରାତିରେ ସେହି ପରିବାରର କବାଟ ଭାଙ୍ଗି ଦେଖିବାରୁ ଘରେ ଶବ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସରିତ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like