ନିର୍ଭୟା ଦୋଷୀମାନଙ୍କୁ ଫାଶୀ ନେଇ ଥମୁନି ତାରିଖ ସସ୍‌ପେନ୍ସ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀମାନଙ୍କୁ ଫାଶୀ ନେଇ ଥମୁନି ତାରିଖ ସସ୍‌ପେନ୍ସ। ଫାଶୀ ତାରିଖର ୫ଦିନ ପୂର୍ବରୁ ଦିଲ୍ଲୀର ତିହାର ଜେଲ କର୍ତ୍ତୃପକ୍ଷ ଆଉ ଏକ ତାରିଖ ପାଇଁ ଆବେଦନ କରିଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ସିଂ ଓ ପବନ ଗୁପ୍ତାଙ୍କୁ ଫାଶୀ ଦେବା ପାଇଁ ଜାନୁଆରୀ ୨୨ ତାରିଖ ସକାଳ ୭ରେ ସମୟ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ସେମାନଙ୍କ ମଧ୍ୟରୁ ଦୋଷୀ ମୁକେଶ ସିଂ ରାଜକ୍ଷମା ପାଇଁ ଆବେଦନ କରିଛି। ଯଦି ବି ଏହା ଖାରଜ ହୁଏ ତେବେ ଫାଶୀ ପୂର୍ବରୁ ୧୪ ଦିନ ସମୟ ଦିଆଯିବ। ତେଣୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଫାଶୀ ଦେବାକୁ ଆଉ ଏକ ତାରିଖ ସ୍ଥିର କରିବାକୁ ଆବେଦନ କରିଛନ୍ତି। ଦୋଷୀମାନଙ୍କ ଫାଶୀ ନେଇ କଣ ସ୍ଥିତି ରହିଛି ସେ ସମ୍ପର୍କରେ ଜଣାଇବାକୁ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଟ୍ରାଏଲ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

You might also like